CDMO ଙ୍କ ଗାଡି ଧକ୍କା ରେ ୨ ଗୁରୁତର

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- – ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଗାଡି ଧକାରେ ୨ ବାଇକ ଆରୋହୀ ଗୁରୁତର l ଆଜି ମୋହନା ବ୍ଲକ ଡ଼ମ୍ବଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅଛି l

ସେଥିପାଇଁ ଗଜପତି ଜିଲ୍ଲା ସିଡିଏମଓ ଡ଼.ମୁବାରକ ଅଲି ନିଜ ସରକାରୀ ଗାଡ଼ିରେ ଅଭିଯୋଗ ଶୁଣାଣିରେ ଯୋଗଦେବାକୁ ଯାଉଥିଲେ l ମୋହନା ବଧିର ବିଦ୍ୟାଳୟ ନିକଟରେ ଏକ ବାଇକ ସହ ସିଡିଏମଓ ଙ୍କ ଗାଡି ମୁହାଁ ମୁହିଁ ଧକ୍କା ହୋଇଥିଲା l

ଫଳରେ ସିଡିଏମଓ ଗାଡି ବାଇକ ଉପରେ ଚଢ଼ିଯିବା ସହ ବୁଦା ଭିତରକୁ ପଶି ଯାଇଛି l ବାଇକ ଆରୋହୀ ଦିବ୍ୟ ନାୟକ ଓ ବାଇକ ରେ ବସିଥିବା ମହିଳା ବୃନ୍ଦାବତୀ ନାୟକ ଗୁରୁତର ଆହତ ହୋଇଥିଲେ l ଦୁର୍ଘଟଣା ରେ ସିଡିଏମଓ ଙ୍କ କିଛି କ୍ଷତି ହୋଇନଥିବା ବେଳେ ଆହତ ମାନଙ୍କୁ ମୋହନା ମେଡିକାଲ ପଠାଇଥିଲେ l

ମୋହନା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

LEAVE A REPLY

Please enter your comment!
Please enter your name here