ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଆଜି (ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି ଖାତା ଦେଖା ପ୍ରକ୍ରିୟା । ପୂର୍ବ ବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ । ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ୧୧୦ଟି ଜୋନରେ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୪ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ ୧୫ ପର୍ଯ୍ୟନ୍ତ ଚାଲିବ ।
ମୋଟ ୨୮୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ବିଷୟରେ ପ୍ରଥମ ପର୍ଯ୍ୟାୟ ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ କରିବେ । ୩୭୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମ ପର୍ଯ୍ୟାୟ ଅଫଲାଇନରେ ଖାତା ଦେଖିବେ । ଅଫଲାଇନରେ ୬୯ଟି ଜୋନରେ ମୂଲ୍ୟାଙ୍କନ କରାଯିବ ଏବଂ ୪୧ଟି ଜୋନରେ ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ କରାଯିବ । ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ବିଷୟରେ ଅନଲାଇନରେ ମୂଲ୍ୟାଙ୍କନ କରାଯିବ । ଅନ୍ୟ ସମସ୍ତ ବିଭାଗର ବିଷୟ ଗୁଡ଼ିକ ଅଫଲାଇନରେ କରାଯିବ ।
ଏନେଇ ବିଜେବି କଲେଜ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି, ”ବିଜେବି କଲେଜରେ ଦୁଇଟି ଜୋନ କରାଯାଇଛି । ଗୋଟିଏ ଅନଲାଇନ ଏବଂ ଅନ୍ୟଟି ଅଫଲାଇନ ଜୋନ । ଅନଲାଇନ ଜୋନରେ ୧୦୫ ଜଣ ଅଧ୍ୟାପକ ରହିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଖାତା ଦେଖିବେ। ପ୍ରଥମ ସିଫ୍ଟି ରେ ୫୨ ଜଣ ଦିତୀୟ ସିଫ୍ଟି ରେ ୫୩ ଜଣ ଅଧ୍ୟାପକ ମାନେ ଖାତା ଦେଖିବେ । ସେହିଭଳି ଭାବରେ ଅଫଲାଇନରେ ୬୬ ଜଣ ଅଧ୍ୟାପକ ମାନେ ଖାତା ଦେଖିବେ ।
ଏପଟେ ଅନଲାଇନ ଜୋନରେ ଅଧ୍ୟାପକ ମାନଙ୍କୁ ଟ୍ରେନିଂ ଦିଆଯାଉଛି । କିଭଳି ଭାବରେ ଖାତା ଦେଖିବେ ଅନଲାଇନରେ । ଖାତା ଦେଖିବା ସମୟରେ ପାଣିର ବ୍ୟବସ୍ଥା, ଦୁଇଟି ଜୋନ ସମ୍ପୂର୍ଣ୍ଣ ଭାବରେ ଏୟାର କଣ୍ଡିସନର ବ୍ୟବସ୍ଥା କରାଯାଇଛି । ସେହିଭଳି ଭାବରେ ଅଫଲାଇନ ଜୋନରେ ମୋବାଇଲ ବାରଣ କରାଯାଇଥିବା ବେଳେ ଅନଲାଇନ ଜୋନରେ ମୋବାଇଲ ନେଇପାରିବେ ଅଧ୍ୟାପକ । ଇଲେକ୍ସନକୁ ନେଇ ଖାତା ଦେଖରେ କୌଣସି ପ୍ରଭାବ ପକାଇବ ନାହିଁ।