ବିଭିନ୍ନ ଅଭିଯୋଗ ନେଇ ବ୍ରହ୍ମପୁରର ୨୦ ଜଣ କର୍ପୋରେଟର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

0

ବ୍ରହ୍ମପୁର, ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ବ୍ରହ୍ମପୁର ମହାନଗର ନିଗମର ୨୦ ଜଣ କର୍ପୋରେଟର ମଙ୍ଗଳବାର ଦିନ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଯାହାକୁ ନେଇ ଏକ ହାଇ ଡ୍ରାମା ଦେଖାଦେବା ସହିତ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା l ତେବେ ବ୍ରହ୍ମପୁର ମହାନଗର ନିଗମର ମନମୁଖୀ କାର୍ଯ୍ୟକୁ ବିରୋଧ କରି କର୍ପୋରେଟର ମାନେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ l

ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପାଇଁ ୬୩ଲକ୍ଷ ଟଙ୍କା ଏକ ଟ୍ରଷ୍ଟକୁ କିଭଳି ପ୍ରଦାନ କରାଯାଇଛି , ଏହା ସହିତ ମହାନଗର ନିଗମରେ ଅଧାପନ୍ତରିଆ ଭାବେ ପଡି ରହିଥିବା ବିଭିନ୍ନ ପୋଖରୀର କାର୍ଯ୍ୟ କେଉଁ ପରିସ୍ଥିତିରେ ବନ୍ଦ ରହିଛି, ଏଭଳି କିଛି ସମସ୍ୟା ନେଇ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ୨୦ ଜଣ କର୍ପୋରେଟର l

LEAVE A REPLY

Please enter your comment!
Please enter your name here