ଖୋଲିବ ୨୦ ନୂଆ ସାଇବର ଥାନା 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏଣିକି ଲୋକଙ୍କୁ ଅନଲାଇନରେ ଠକିଲେ ପଡିବ ମହଙ୍ଗା । ସାଇବର ଠକେଇକୁ ରୋକିବା ପାଇଁ ପୋଲିସର ବଡ଼ ଅପରେସନ। ସାଇବର କମ୍ବାଟ ଟ୍ରେନିଂ ଦେଉଛି ଓଡ଼ିଶା ପୋଲିସ । ଏଥିପାଇଁ କନଷ୍ଟେବଳ ଠୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସଭିଙ୍କର ରହିବ ଅନଲାଇନ ଜ୍ଞାନ । ଭୁବନେଶ୍ୱର ଓଡି଼ଶା ସାଇବର କମାଣ୍ଡ ସେଣ୍ଟର ସାଇବର କମ୍ପ୍ଲେକ୍ସ ରେ ଆରମ୍ଭ ହୋଇଛି ତାଲିମ କାର୍ଯ୍ୟକ୍ରମ । ଭାଗ ନେଇଛନ୍ତି ବଛାବଛା ଅଫିସର । ଯିଏକି ଅଗାମୀ ଦିନରେ ସାଇବର‌ ଠକଙ୍କ ସହ କରିବେ ମୁକାବିଲା । ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ନିରିହ ଲୋକଙ୍କ ଅନଲାଇନରେ ଟଙ୍କା ସୁରକ୍ଷିତ ପାଇଁ ଆରମ୍ଭ ହୋଇଛି ଏହି ଅଭିଯାନ। ସାଇବର ଠକଙ୍କୁ ମାତ ଦେବାକୁ ପୋଲିସର ଏହି ଆଣ୍ଟି କମ୍ବାଟ ଅପରେସନ।କର୍ମଚାରୀ ରହିବେ। ଯେଉଁମାନଙ୍କ ମଧ୍ୟରୁ ଦୁଇ ଜଣ ସାଇବର ଏକ୍ସପର୍ଟ ବା ଆଇଟି ସମ୍ପର୍କିତ ସାଇବର ସିକ୍ୟୁରିଟି ସମ୍ପର୍କିତ ଜ୍ଞାନ ରହିଥିବ । ତା ସହିତ ଦୁଇ ଜଣ ଆକାଉଣ୍ଟ ଟ୍ରାନାଜାକ୍ସନ ବା ଚାର୍ଟାର୍ଡ ଆକାଉଣ୍ଟ ସମ୍ପର୍କିତ ଜ୍ଞାନ ଥିବା କର୍ମଚାରୀ ସହ ଦୁଇ ଜଣ ଲିଗାଲ ଆଡାଭାଇଜର ମଧ୍ୟ ଆଇନ ସହାୟକ ଭାବେ ରହିବେ । ବିଶେଷ କରି ଅନ୍ୟ ପୋଲିସ କର୍ମଚାରୀମାନଙ୍କ ଭଳି ଏମାନେ ସାଇବର ତଥା ଇକୋନୋମିକ ଅଫେନ୍ସ ପୋଲିସ ଷ୍ଟେସନରେ ଏମାନେ କାମ କରିବେ ଆଗାମି ଦିନରେ।”

ସାଇବର ମୁକାବିଲା ଦିଗରେ ଲଢେଇ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ଟି ଜିଲ୍ଲାରେ ୧୪ ଟି ସାଇବର ଥାନା ଅର୍ଥାତ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା ରହିଛି। ଭୁବନେଶ୍ବର ସହରାଞ୍ଚଳ, କଟକ ସହରାଞ୍ଚଳ, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ କନ୍ଧମାଳ ଠାରେ ପ୍ରତିଷ୍ଠା ହୋଇଛି । ତେବେ ଆଗକୁ ମଧ୍ୟ ସାଇବର ଠକେଇର ବ୍ୟାପକ ଓ ଭୟାବହତା ଦେଖି ଆଗକୁ ଆହୁରି ୨୦ଟି ଜିଲ୍ଲାରେ ସାଇବର‌ଥାନା ପ୍ରତିଷ୍ଠା ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସାଇବର ଠକେଇ ଜନିତ ଅଭିଯୋଗ ଆସିଲେ ତୁରନ୍ତ ୧୯୩୦ ହେଲ୍ପଲାଇନରେ ଯୋଗାଯୋଗ କରି ଅଭିଯୋଗକୁ ତୁରନ୍ତ ରିପୋର୍ଟ କରିବା ପାଇ‌ଁ ଥାନା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରେ ନ୍ୟାସନାଲ ସାଇବର କ୍ରାଇମ ରିପୋଟିଂ, ପୋର୍ଟାଲ www.cybercrime.gov.in ମାଧ୍ୟମରେ କିପରି ଲୋକମାନେ ମଧ୍ୟ ସମସ୍ତ ସାଇବର ଅପରାଧ ସମ୍ବନ୍ଧୀୟ ତଥ୍ୟ ଦେଇପାରିବେ ବା ଅଭିଯୋଗ କରିପାରିବେ ବିଶେଷକରି ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ଘଟୁଥିବା ସାଇବର ଅପରାଧ ଗୁଡ଼ିକୁ ଯାହାକି ଗୋପନୀୟ ତାକୁ ମଧ୍ୟ ଅନଲାଇନ୍ ମାଧ୍ୟମରେ ଦାଏର କରିପାରିବେ ସେନେଇ ମଧ୍ୟ ସୁବିଧା ରହିଛି ।

LEAVE A REPLY

Please enter your comment!
Please enter your name here