୨୦ ଜଣ ୱାରଣ୍ଟ ଥିବା ବ୍ୟକ୍ତିଙ୍କ ଲାଗି ବାଜିଲା ଢ଼େଣ୍ଡୁରା, ୩୦ ଦିନ ମଧ୍ୟରେ ହାଜର ନହେଲେ ସିଲ ହେବ ସମ୍ପତି 

0

ଆସ୍କା ( ବିପ୍ଲବୀ ପରିକ୍ରମା ):– ଆସିକା ଥାନା ପକ୍ଷରୁ ୱାରଣ୍ଟ ଥିବା ୨୦ ଜଣ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ମାନେ ମାସେ ମଧ୍ୟରେ କୋର୍ଟ ରେ ହାଜର ନହେଲେ ସମ୍ପତି ବାଜ୍ୟାପ୍ତ ଲାଗି ବାଜିଲା ଢ଼େଣ୍ଡୁରା l ଆଜି ଆସିକା ପୋଲିସ ପକ୍ଷରୁ ବିଭିନ୍ନ ଅଦାଲତଙ୍କ ନିର୍ଦେଶ କ୍ରମେ ସି ଆର ପି ସି ୮୨ ଅନୁସାରେ ଦୀର୍ଘ ଦିନ ହେଲା ଏହି କୋଡିଏ ଜଣ ବିଭିନ୍ନ ଅପରାଧି କାର୍ଯ୍ୟ ରେ ଲିପ୍ତ ରହିଥିଲେ l ଏମାନଙ୍କ ନାମରେ ଦୀର୍ଘ ଦିନ ହେଲା ୱାରଣ୍ଟ ରହିଥିଲା l ଏହି ମାନଙ୍କ ନାମରେ ବିଭିନ୍ନ ଅଦାଲତରେ ଥିବା ମକରଦ୍ଦମା ମଧ୍ୟ ଚାଲିଛି l

ମାନ୍ୟବର କୋର୍ଟଙ୍କ ନିର୍ଦେଶ ପ୍ରକାରରେ ସି ଆର ପି ସି ୮୨ ପ୍ରକାର ରେ ଆସିକା ଥାନା ଅଧିକାରୀ ସ୍ୱରୂପ କିଷାନଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ ଗାଁ ଗାଁରେ ପହଂଚି କୋର୍ଟ ନିୟମ ଅନୁସାରେ ଢ଼େଣ୍ଡୁରା ବଜାଇ ଘରେ ଆଗରେ ଲୋକ ମାନଙ୍କ ଉପସ୍ଥିତ ରେ ଦୀର୍ଘ ଦିନ ଧରି ଫେରାର ଥିବା ଆସାମୀ ଯଦି ୩୦ ଦିନ ମଧ୍ୟରେ କୋର୍ଟରେ ହାଜିର ନ ହୁଅନ୍ତି ତେବେ ସି ଆର ପି ସି ୮୩ ପ୍ରକାର ଆସାମୀ ନାମରେ ଥିବା ସମସ୍ତ ସ୍ଥାବର ଏବଂ ଆସ୍ଥାବର ସମ୍ପତି କୁ ସିଜ କରାଯିବ ବୋଲି ଘୋଷଣା କରାଯାଇଥିଲା l ଏଥି ସହିତ ଘର କାନ୍ଥ ରେ ଏକ ନୋଟିସ ଛାପା ଯାଇଥିଲା l

LEAVE A REPLY

Please enter your comment!
Please enter your name here