୨୦୨୫ ହେବ ‘ସୁଭଦ୍ରା’ ବର୍ଷ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା କୁ ନେଇ ବଡ଼ ସୂଚନା ଦେଇଛନ୍ତି l ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ୨୦୨୫ରେ ମହିଳାଙ୍କୁ ମିଳିବ ପ୍ରଥମ ଦଫାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ଫିଲ୍ଡ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ। ଏହାପରେ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା।୨୦୨୫ ହେବ ‘ସୁଭଦ୍ରା’ ବର୍ଷ।

 

ସୂଚନା ପ୍ରକାରେ,୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ୍‌ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here