ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଆସନ୍ତା ନଭେମ୍ବର ୨୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲା ଭଂଜନଗର ଠାରେ ହେବାକୁ ଥିବା ୨୧ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ, ଶୁଭଖୁଣ୍ଟି ସ୍ଥାପନ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ, ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ପରେ ଭଂଜନଗର ଆରଏମସି ପରିସରରେ, ରୀତିନୀତି ଅନୁସାରେ ପୂଜା-ପାଠ ଆୟୋଜନ ହୋଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଉପସ୍ଥିତିରେ ଶୁଭଖୁଣ୍ଟି ସ୍ଥାପନ ହେଇଥିଲା । ହେବାକୁ ଥିବା ଯଜ୍ଞରେ, ଦେଶର ବିଭିନ୍ନ ସ୍ଥାନରୁ ସାଧୁ ସନ୍ୟାସୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଧାୟକ ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ।