ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ଭଂଜନଗର ଠାରେ ଆସନ୍ତା ଦିନରେ ହେବାକୁ ଥିବା ୨୧ କୁଣ୍ଡିୟ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ, ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୈାରହିତ୍ୟରେ ଆୟୋଜିତ ହୋଇଯାଇଛି, ପ୍ରସ୍ତୁତି ବୈଠକ । ଚଳିତବର୍ଷ ନଭେମ୍ୱର ୨୩ ରୁ ୨୭ ପର୍ଯ୍ୟନ୍ତ ମହାଯଜ୍ଞ ଆୟୋଜନ ହେବ । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁ ସନ୍ୟାସୀ ମାନେ ଆସି ଯୋଗଦେବେ । ଏହା ସହ ୫ ଦିନ ଧରି ହେବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଘୃତ-ଯଜ୍ଞ,, ନାମ-ଯଜ୍ଞ, ଜ୍ଞାନ-ଯଜ୍ଞ, ଗୋ-ଯଜ୍ଞ, ଅନ୍ନ-ଯଜ୍ଞ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିବା ସହ ପ୍ରଥମକରି ସହରରେ ଆୟୋଜିତ ହେଉଥିବା ଏଭଳି ଏକ ଆଧ୍ୟାତ୍ମିକ ଉତ୍ସବରେ ଯୋଗଦେବା ପାଇଁ ନିବେଦନ କରିଥିଲେ, ବିଧାୟକ ଶ୍ରୀ ନାୟକ ।
ଆୟୋଜିତ କାର୍ଯ୍ୟକ୍ରମରେ ଭଂଜନଗର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଜନପ୍ରତିନିଧି, ସମାଜସେବୀ ଏବଂ ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ ।