ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦରମହକୁମା ବିଜୁ କଲ୍ୟାଣ ମଣ୍ଡପ ଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମରୀୟମ ରଇତ,ଅଧ୍ୟକ୍ଷା ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ଆଦିବାସି ଯୁବକଯୁବତୀ ଉଦ୍ୟୋଗୀ ମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ଉଦ୍ୟୋଗୀ ହେବାପାଇଁ କହିଥିଲେ। ଏହାସହ ଜିଲ୍ଲାପାଳ ଯୁବ ଉଦ୍ୟୋଗୀ ମାନଙ୍କୁ ଚେକ୍ ପ୍ରଦାନ କରିବା ସହ ବ୍ୟବସାୟ କ୍ଷେତ୍ରରେ କିଭଳି ସଫଳତା ପାଇପାରିବା ସେ ନେଇ ଆସିଥିବା ଯୁବ ଉଦ୍ୟୋଗୀ ଙ୍କୁ ଜିଲ୍ଲାପାଳ ଉତ୍ସାହିତ କରିବା ସହିତ ମନବଳ ବଡେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୨୫ ଜଣ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଲେଖଏଁ ଆର୍ଥିକ ସହାୟତା ରାଶି ଚେକ୍ ପ୍ରଦାନ କରାଯାଇଥିବା ବେଳେ ୧୪୩ ଗୋଟି ଜନଜାତି ଜୀବିକା ବିକାଶ ପରିଷଦକୁ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆକର୍ଷଣ କରିବା ପାଇଁ ଲାଞ୍ଜିଆ ସୌରା ଓ ସୌରା ଜନଜାତି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।