ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ବଡଗଡ ଥାନା ସାବା ପଞ୍ଚାୟତ ଖାରିପଲ୍ଲି ଠାରେ ୨୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଏସଡିପିଓ ଗିରିଜା ଶଙ୍କର ପଟ୍ଟନାୟକ ଓ ଛତ୍ରପୁର ଅବକାରୀ ଡିଏସପି ସ୍ୱାଧୀନ ସାହୁଙ୍କ ତତ୍ବାବଧାନରେ ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଆସିକା ଥାନା ଅଧିକାରୀ, ବେଲଗାଁ ଥାନା ଅଧିକାରୀ,ଶେରଗଡ଼ ଥାନା ଅଧିକାରୀ ସହ ଦୁଇ ପ୍ଲାଟୁନ ବନ ବିଭାଗ,ପୋଲିସ ଓ ଅବକାରୀ ବିଭାଗ ମିଳିତ ଏକ ଟିମ୍ ଗଠନ କରାଯାଇ ଚଢାଉ କରାଯାଇଥିଲା । ଉଭୟ ଟିମ ମିଶି ଗଞ୍ଜେଇ ଗଛ କାଟି ସଫା କରିଛନ୍ତି l ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ବୋଲି କହିଛନ୍ତି ଆସିକା ଏସଡିପିଓ ଗିରିଜା ଶଙ୍କର ପଟ୍ଟନାୟକ l ଗୁରୁବାର ଦୁଇଟି ଟିମ ରେ ପ୍ରାୟ ୧୦ ଘଣ୍ଟା ଧରି ଏହି ଅଭିଯାନ ଚାଲିଥିଲା l ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏହି ଗଂଜେଇ ଗଛ ନଷ୍ଟ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି l