ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଲେ ୨୬ ପ୍ରାଣୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ନନ୍ଦନକାନନରେ ଏକାକୀ ଥିବା ସାରସ ପକ୍ଷୀ ଓ ଚନ୍ଦନ ବୋଡ଼ାଙ୍କୁ ସାଥୀ ମିଳିଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହାଇଦ୍ରାବାଦସ୍ଥିତ ନେହରୁ ଚିଡ଼ିଆଖାନାରୁ ୫ପ୍ରଜାତିର ୨୬ ଜୀବ ଆସିଛନ୍ତି। ଆସିଥିବା ଜୀବଙ୍କ ମଧ୍ୟରେ ୨ଟି ଚାମୁଚ ଥଣ୍ଟିଆ ପକ୍ଷୀ, ୨ ସାରସ, ୨ ଧୂସର ଜଙ୍ଗଲୀ କୁକୁଡ଼ା, ୨ମାଈ ଇଗୁଆନା, ୪ଟି ବରବେରୀ କପୋତ, ୪ କୁଜି ହରିଣ, ୨ ଗୁରାଣ୍ଡି, ୨ ବାଲି ବୋଡ଼ା ସାପ, ୨ ଚନ୍ଦନ ବୋଡ଼ା, ୨ ନାଲି ଦୋମୁଣ୍ଡିଆ ବୋଡ଼ା, ୨ଟି ଅଣ୍ଡିରା ବନେଟ୍‌ ମାଙ୍କଡ଼ ଆସିଛନ୍ତି। ହାଇଦ୍ରାବାଦରୁ ଆସିଥିବା ୧୭ଜଣିଆ କର୍ମଚାରୀ ଦଳ ଜୀବମାନଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଦଳ ୨୬ତାରିଖରେ ପ୍ରତିବଦଳରେ ସିଆମିଜ କୁମ୍ଭୀର (୧ଅଣ୍ଡିରା ଓ ୨ମାଈ ), ୨ଟି ସୁନେଲି କୁକୁଟ, ୨ଟି ଲେଡି ଆମସେଟ୍‌ କୁକୁଟ, ୨ଟି କୁଜି ହରିଣ, ୨ଟି ଗୁରାଣ୍ଡିଙ୍କୁ ସାଥୀରେ ଧରି ପ୍ରତ୍ୟାବର୍ତ୍ତନ କରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ ନାରାୟଣ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here