କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ୧୯୯୭ ମସିହାରେ ଗଠନ ହୋଇଥିଲା ପାର୍ଟି । ୨୦୦୦ ମସିହାରୁ ଦଳ ସରକାରରେ ରହି ଆସିଥିଲା ।ଆଜି ଡିସେମ୍ବର ୨୬ ଦଳକୁ ୨୭ ପୂରି ୨୮ ଚାଲିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବାରେ ନବୀନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମ୍ ଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ।ପ୍ରଥମ ଥର ପାଇଁ ସରକାରରୁ ହଟିିବା ପରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ୨୭ ବର୍ଷର ସେବା ଦେଇଥିବା ବିଜେଡି ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପାରିପେଖିରେ କରଞ୍ଜିଆ ନିର୍ବାଚନ ମଣ୍ଡଳ ସ୍ତରୀୟ ୨୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି। ଦିବା ୧୧ଘଟିକା ୩୦ମିନିଟ୍ ସମୟରେ କରଞ୍ଜିଆ ଏନ୍ଏସି କଲ୍ୟାଣୀ ମଣ୍ଡପ ଠାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ପ୍ରଥମେ ଅତିଥି ଗଣ ପ୍ରଭୂ ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ର ଏବଂ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଧୂପୋ ଦିପୋ ଦେଇ ସଭା ଆରମ୍ଭ କରିଥିଲେ। ଆଜି କରଞ୍ଜିଆ NAC କଲ୍ୟାଣୀ ମଣ୍ଡପ ଠାରେ ଯେଉଁ ସମାବେଶ ଅନୁଷ୍ଠିତ ହୋଇଥିଲା ଏହି ସମାବେଶରେ ବହୁ ସଂଖ୍ୟକ ମହିଳାଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା । ତେବେ ସମାବେଶର ଆୟୋଜନ ସହିତ ସଭାମଞ୍ଚରେ ଉପସ୍ଥିତ ନେତାମାନଙ୍କ ଭାଷଣ ବିଜେଡି କର୍ମୀମାନଙ୍କୁ ବେଶ ଉତ୍ସାହିତ କରିଥିଲା ।