ଠିକାଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୩ ଗିରଫ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶନିବାର ସନ୍ଧ୍ୟାରେ ଟାଉନ ଥାନା ନିକଟରେ ଠିକାଦାର ଧୀରେଶ୍ ଚୌଧୁରୀଙ୍କୁ ହତ୍ୟା ଉଦ୍ୟମ ଘଟଣା ଅଭିଯୋଗ କୁ ନେଇ ଟାଉନ ଥାନା ପୋଲିସ୍ ର ତତକାଳ ଉଦ୍ୟମ ଯୋଗୁଁ ୩ ଅଭିଯୁକ୍ତ ତଥା ପ୍ରକାଶ ରାଓ, ଏମ୍ ନବୀନ ଓ ହରିପ୍ରସାଦ ପ୍ରମୁଖ ଙ୍କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଯୁବକ ମାନେ ନିକଟସ୍ଥ କାମ୍ପ ସାହିର। ସୂଚନା ପ୍ରକାରେ,ଏହି ଅଭିଯୁକ୍ତ ମାନେ ମୀନା ବଜାର ମେଳା ପରିସରରେ ଠିକାଦାର ଚୌଧୁରୀକୁ ଦାଦା ବଟି ମାଗିଥିଲେ ଓ ସେ ମନା କରିବାରୁ ତାକୁ ଭୁଜାଲିରେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡି ଦେଇଥିଲେ। ଏହି ଘଟଣା କୁ ନେଇ ଗୁରୁତର ଠିକାଦାର ଚୌଧୁରୀଙ୍କ ପତ୍ନୀ ରୁକ୍ମିଣୀ ଚୌଧୁରୀଙ୍କ ଏତଲା କ୍ରମେ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ କରି ଅଭିଯୁକ୍ତ ତିନି ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here