ପୁଣି ଚାକିରି ଦେବା ନାମରେ ଠକେଇ ଅଭିଯୋଗ, ୩ ଗିରଫ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ରେ ପୁଣି ଚାକିରି ଦେବା ନାମରେ ଠକେଇ ଅଭିଯୋଗରେ ୩ ଗିରଫ,ନକଲି ନିଯୁକ୍ତି ପତ୍ର ଏକ କାର, ସ୍କୁଟି ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ କଲା ବଡ଼ବଜାର ଥାନା ପୋଲିସ । ସୂଚନା ମୁତାବକ ପୁରୁଣା ବ୍ରହ୍ମପୁର ଅନ୍ତର୍ଗତ ପଞ୍ଚାନନ ନଗର ୨ୟ ଲାଇନ ରେ ରହୁଥିବା ଗିରିଜା ନନ୍ଦ ପଣ୍ଡିତ ୫ଲକ୍ଷ ଟଙ୍କା ଠକେଇ ର ଶିକାର ହୋଇଥିବା ଅଭିଯୋଗ କରିଥିଲେ ।

ନୀମଖଣ୍ଡି ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ର ଆଶିଷ କୁମାର ମହାପାତ୍ର ଗିରିଯାଙ୍କୁ ଚାକିରି ଦେବାକୁ କହି ୫ଲକ୍ଷ ଟଙ୍କା ନେଇଯାଇଥିଲେ । ଏହା ପରେ ଚାକିରୀ ଦେବା ବାହାନାରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନକୁ ନେଇ ଗିରିଜା ଙ୍କ ବିଶ୍ୱାସ ଜନ୍ମାଇ ଥିଲା । ତେବେ ଦୀର୍ଘ ଦିନ ଧରି ଚାକିରୀ ନମିଳିବା ପରେ ଠକେଇର ଶିକାର ହୋଇଥିବା ଜାଣିପାରି ଗିରିଜା ବଡ ବଜାର ଥାନା ରେ ଏତଲା ପ୍ରଦାନ କରିଥିଲେ ।

ପୋଲିସ ତଦନ୍ତ କରି ୩ ଅଭିଯୁକ୍ତ କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନକଲି ଦସ୍ତାବିଜ୍,ଟଙ୍କା ଗଣିବା ମେସିନ,୨ଟି ସ୍କୁଟି,ଗୋଟିଏ କାର, ସମେତ ନକଲି ନିଯୁକ୍ତି ପତ୍ର,ବିଭିନ୍ନ ଜିଲ୍ଲାର ୧୫ଯୁବକଙ୍କ ଅସଲି ସାର୍ଟିଫିକେଟ,ଗୋଟିଏ ଲାପଟପ୍,୫ଟି ମୋବାଇଲ ଜବତ କରିଛି।

LEAVE A REPLY

Please enter your comment!
Please enter your name here