ଓଡ଼ିଶାରୁ ୩ ମନ୍ତ୍ରୀ : ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଓଡ଼ିଶାରୁ ତିନି ଜଣ ସାଂସଦଙ୍କୁ ମନ୍ତ୍ରୀ କରାଯାଇଛି। ନିର୍ବା‌ଚିତ ଲୋକସଭା ସାଂସଦଙ୍କ ମଧ୍ୟରୁ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହୋଇଛନ୍ତି। ବିଜେପିର ଏକମାତ୍ର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମଧ୍ୟ ମନ୍ତ୍ରୀ ହୋଇଛନ୍ତି। ତିନି ଜଣ ଯାକ ଅନୁଭବୀ ଓ ଅଭିଜ୍ଞ ସାଂସଦଙ୍କୁ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଓଡ଼ିଶାରୁ ଏଥର ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟରେ ବିଜେପିର ଏହା ହେଉଛି ସର୍ବକାଳୀନ ରେକର୍ଡ। ବିଜେପି ଗଠନ ହେଲା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଏମିତି ଏକ ବଡ଼ ସଫଳତା ମିଳିଛି।

ପୁଣି ରାଜ୍ୟରେ ବିଜେପି ସରକାର ବି ଗଠନ ହେବାକୁ ଯାଉଛି। ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଥିବାରୁ କେନ୍ଦ୍ରରେ ଅଧିକ ମନ୍ତ୍ରୀ ପଦ ମିଳିବ ବୋଲି ଅନୁମାନ କରାଯାଉଥିଲା। ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ସମ୍ବିତ ପାତ୍ର ପ୍ରମୁଖଙ୍କ ନାମ ମନ୍ତ୍ରୀ ଚର୍ଚ୍ଚାରେ ରହିଥିଲା। କିନ୍ତୁ ମୋଦୀ କେବଳ ଦୁଇ ଜଣ ପୁରୁଣା ନେତାଙ୍କୁ ହିଁ ଭରସା କରିଛନ୍ତି।

LEAVE A REPLY

Please enter your comment!
Please enter your name here