ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶନିବାର ସକାଳେ କନ୍ଧମାଳ ରୁ ଗଞ୍ଜାମ ଚାଲାଣ ହେଉଥିବା ବେଳେ ଵିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ପୋଲିସ ବାଲିସିରା ନିକଟରେ ଦୁଇଟି କାରକୁ ଅଟକାଉ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଦୁଇଟି କାର ରୁ ୬୦କିଲୋ ଗଞ୍ଜେଇ ଜବତ ହୋଇଛି।ଏହି ସଂକ୍ରାନ୍ତ ରେ ଫୁଲବାଣୀ ର ପପୁନ ନାୟକ, ବୌଦ୍ଧ ଜିଲ୍ଲାର ଶ୍ରବଣ କୁମାର ଆପଟ, କନ୍ଧମାଳ ଜିଲ୍ଲାର ଦିବ୍ୟ ରଞ୍ଜନ ନାୟକ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଦୁଇଜଣ ଅଭିଯୁକ୍ତ ସୁଯୋଗ ପାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ଜବତ ଗଞ୍ଜେଇ ଓ କାର ର ଆନୁମାନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହୋଇଥିବା ଡ଼ିଏସପି ଶୃତିକାନ୍ତ ରାଉତ ସୂଚନା ଦେଇଛନ୍ତି।