ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରା.ଉଦୟଗିରି ଥାନା ଟିକlମାଳ ଗାଁ ନିକଟରେ ପୋଲିସ ଚଢ଼ାଉ କରି ୩ କୁଇଣ୍ଟlଲ ୭୬ କିଲୋ ଗଞ୍ଜେଇ ଜବତକରିଛି l ଏହି ଗଞ୍ଜେଇ ଜବତ ସହ ଗୋଟିଏ ବୋଲେରୋ ଗାଡ଼ି, ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି l ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତ ହେଲେ ଟିକlମାଳ ଗାଁର ରଞ୍ଜନ ପରିଛା (୩୪) l ଏହି ଚାଲାଣ ରେ ସମ୍ପୃକ୍ତ ଆଉ ୩ ଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ଏସଡିପିଓ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ପୋଲିସ ପକ୍ଷରୁ ଟିକାମାଳ ଅଂଚଳରେ ପେଟ୍ରୋଲିଙ୍ଗ ଚାଲିଥିଲା,ଏହି ସମୟରେ ଏକ ବୋଲେରୋ ଗାଡ଼ି କୁ ଯାଞ୍ଚ କରିଥିଲା ପୁଲିସ, ଯାଞ୍ଚ ପରେ ଏଥିରେ ୩ କୁଇଣ୍ଟାଲ ୭୬ କିଲୋ ଗଞ୍ଜେଇ ଗଞ୍ଜାମ ଜିଲ୍ଲା କୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା l ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି l ଏନେଇ ରା.ଉଦୟଗିରି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସଡିପିଓ ସୂଚନା ଦେଇଛନ୍ତି l