ଭଞ୍ଜନଗର ରେ କାର୍ ସହ ୩୮ କିଲୋ ଗଞ୍ଜେଇ ଜବତ

0
Oplus_131072

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):– ଗଂଜାମ ଜିଲ୍ଲା ଭଂଜନଗର ପରିବହନ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ, ନିକଟସ୍ଥ ଶ୍ରୀରାମ ନଗର ଠାରେ ଗାଡ଼ି ଯାଞ୍ଚ ବେଳେ, କାର୍ ସହ ୩୮ କିଲୋ ଗଞ୍ଜେଇ ଜବତ ହୋଇଛି । ଏଥିରେ ସଂପୃକ୍ତ ୨ ଯୁବକ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ । କନ୍ଧମାଳ ରୁ ଭଂଜନଗର ଅଭିମୁଖେ ଯାତ୍ରୀ ବେଶରେ ଆସୁଥିଲେ । ଘଟଣା ସ୍ଥଳରେ କାର୍ ଭିତରୁ ଗଞ୍ଜେଇ ଜବତ ହୋଇଥିଲା । ଏନେଇ ଭଂଜନଗର ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି, ଘଟଣାର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here