ଗୋଳନ୍ଥରା ଚୋରି ମାମଲାର ଖୁଲାସା ସହ ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ 

0

ଗୋଳନ୍ଥରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚୋରି ମାମଲାରେ ଗୋଳନ୍ଥରା ପୋଲିସକୁ ମିଳିଛି ବଡ଼ ସଫଳତା l ୪ ଅଭିଯୁକ୍ତ ଚି଼ହ୍ନଟ କରିବା ସହ ସୁନା, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ l ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମର ସୂର୍ଯ୍ୟ ନାରାୟଣ ଆଚାରି ଗତ ୧୯ ଡିସେମ୍ବର ରେ ଦେଇଥିବା ଚୋରି ମାମଲାର, କେସ ନଂ – ୩୩୧(୪),୩୦୫ ଅନୁଯାୟୀ ଆଜି ଗୋଳନ୍ଥରା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି l ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ପରିମାଣରେ ଚୋରି ସାମଗ୍ରୀ ଯଥା ସୁନା ଅଳଙ୍କାର, ମୋବାଇଲ ହ୍ୟାଣ୍ଡସେଟ, ନଗଦ ୧ଲକ୍ଷ ୪୦ ହଜାର ଟଙ୍କା, ଇନଭେଟର ବ୍ୟାଟେରୀ, ଅନେକ ଡେସ୍କଟପ କମ୍ପୁଟର ସହ ସିପିୟୁ ଏବଂ ୟୁପିଏସ, ସ୍କୁଟି ଗାଡି, ଡିଜିଟାଲ ଓଜନ ମେସିନ, ଘର ଭାଙ୍ଗିବା ଉପକରଣ, ଲୁହାବାଡି ଆଦି ଜବତ କରିଛି ଗୋଳନ୍ଥରା ପୋଲିସ l

ଗିରଫ ୪ ଅଭିଯୁକ୍ତ ମଧ୍ୟରେ ୨ ଜଣ ଦିଗପହଣ୍ଡି ଅଂଚଳର ହୋଇଥିବା ବେଳେ ଜଣେ କବିସୂର୍ଯ୍ୟନଗର ଏବଂ ଅନ୍ୟଜଣେ ପାଟପୁର ବ୍ଲକର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ତେବେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଗୋଳନ୍ଥରା ପୋଲିସ ପକ୍ଷରୁ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here