ବାରିପଦା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କଲିକତା ସ୍ଥିତ ସାଇନ୍ସ ସିଟି ଅଡିଟୋରିୟମ ଠାରେ ଆୟୋଜିତ ଜାତୀୟସ୍ତରିୟ ଆବାକସ ପ୍ରତିଯୋଗିତାରେ ବାରିପଦା ବାଘରାରୋଡ ସ୍ଥିତ MIND MANTRA ABACUS କେନ୍ଦ୍ରର ୪ଜଣ ଛାତ୍ରଛାତ୍ରୀ ଭାଗ ନେଇ କୃତିତ୍ୱ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପିଲା ମାନଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରି ମାନସିକ ଓ ବୈଦିକ ଜ୍ଞାନ ବିକାଶ କରିବାରେ ଏହି ଆବାକସ ବେଶ ସହାୟକ ଅଟେ। ଯାହାକୁ ନେଇ କଲିକତା ଠାରେ ଜାନୁଆରୀ ୧୮ ଓ ୧୯ ତାରିଖରେ ବିଭିନ୍ନ ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୫୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ସେଥି ମଧ୍ୟରୁ ୪ରୁ ୧୪ବର୍ଷ ବର୍ଗରେ ବାରିପଦାର ୪ଜଣ ଛାତ୍ରଛାତ୍ରୀ ଭାଗ ନେଇ କୃତି ଅର୍ଜନ କରିଛନ୍ତି। ୪ଜଣ ଜାତୀୟସ୍ତରରେ ଦ୍ୱିତୀୟ, ଷଷ୍ଠ, ସପ୍ତମ ଓ ଦଶମ ସ୍ଥାନ ଅଧିକାର କରିଛନ୍ତି। ସେମାନେ ହେଲେ ଆଦ୍ୟାଶା ଦାସ, ତନ୍ମୟ କୁମାର ଗିରି, ଦିବ୍ୟାଶା ମାର୍ଣ୍ଡି ଓ କୁଶଗ୍ର ଗିରି।କୃତିତ୍ବ ଅର୍ଜନ କରି ଫେରିଲା ପରେ Mind mantra abacus ଅନୁଷ୍ଠାନ ବାରିପଦା ଶାଖା ପକ୍ଷରୁ ରବିବାର ସନ୍ଧ୍ୟାରେ ଫ୍ରାଞ୍ଚାଇଜ ଧାରକ ଆମଜାଦ ହୁସେନ ଏବଂ ଶାଖା ସଂଯୋଜକ ମାଙ୍ଗଳି ମୁର୍ମୁ ଙ୍କ ତତ୍ୱାବଧାନରେ ବାଘରାରୋଡ ସ୍ଥିତ କେନ୍ଦ୍ରରେ ଅଭିଭାବକ ମାନଙ୍କ ଉପସ୍ଥିତି ରେ କେକ କାଟି ୪ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି।