ଟାଟୁ ଦୋକାନ ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ଗିରଫ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଗତ ମଙ୍ଗବାର ଗୋଷାଣୀନୂଆଗାଁ ଥାନା ଅର୍ନ୍ତଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନ ଭିତରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।ବିଭିନ୍ନପ୍ରକାର ମାରଣାସ୍ତ୍ର ରେ ଟାଟୁ ଦୋକାନ ଭିତରେ ଆକ୍ରମଣ କରିଥିଲେ। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଖଲାସି ସାହିର ଟୁନା ଦାସ । ଟୁନା ଜଣେ ଦୁର୍ଦାନ୍ତ ଅପରାଧୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଏହି ଘଟଣାର ପୁଲିସ ତଦନ୍ତ କରି ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରିଛି। ସେମାନେ ହେଲେ ଆର. ମୋହନ ରାଓ (୨୨), ପାପୁନ କୁମାର ନାୟକ (୨୨), ବଂଶୀଧର ସାହୁ (୨୩), ଆର, ରବି ରାଓ (୨୧), ସୁରଜ୍ କୁମାର (୨୦) କୁ ପୁଲିସ ଗିରଫ କରିଥିବା ନେଇ ଏସପି ପ୍ରେସ ଇସ୍ତାହାର ଦ୍ବାରା ସୂଚନା ପ୍ରଦାନ କରିଛନ୍ତି।ଟୁନାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବାରୁ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା ହୋଇଥିବା ନେଇ ପୋଲିସ୍ କହିଛି।

ସୂଚନା ପ୍ରକାରେ ଚଳିତ ମାସ ୨୮ ତାରିଖ ରେ ଗୋଷାଣୀନୂଆଗାଁ ଥାନା ଅଂଚଳରେ ଏକ ଟାଟୁ ଦୋକାନରେ ଯୁବକଙ୍କୁ ଆକ୍ରମଣ ହୋଇଥିଲା। ସନ୍ଧ୍ୟା ସାଢେ ୮ ଟା ବେଳେ ଟୁନା ସେହି ଟାଟୁ ଦୋକାନ ଭିତରେ ଥିବା ବେଳେ ୪ଜଣ ଯୁବକ ସେଠାରେ ପହଞ୍ଚି ହଠାତ ତାଙ୍କୁ ଲୁହା ଛଡ ସହ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଟୁନା ଗୁରୁତର ହୋଇ ତଳେ ପଡିଯାଇଥିଲେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଦୋକାନ ଭିତରଟି ପୁରା ରକ୍ତରେ ଭିଜି ଯାଇଥିଲା l

ସେହିପରି ଆକ୍ରମଣ ଯୋଗୁ ଦୋକାନର ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଯାଇଥିଲା ।ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଟୁନାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ପୁଲିସ କେସ କରି ଶବ ବ୍ୟବଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତକ୍ଷେପ କରିଥିଲେ। ଏହି ଘଟଣା ପରେ ମୃତ ଟୁନା ଙ୍କ ଭାଈ ମୁନା ଦାସ (୩୪) ଗୋଷାଣୀ ନୂଆଗାଁ ଥାନାରେ ଅଭିଯୁକ୍ତଙ୍କ ନାମରେ ଏତଲା ଦେଇଥିଲେ । ପୁଲିସ ଏହାର ତଦନ୍ତ କରି ପାଞ୍ଚଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଟୁନାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବାରୁ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା ହୋଇଥିବା ନେଇ ପୋଲିସ୍ କହିଛି ା

LEAVE A REPLY

Please enter your comment!
Please enter your name here