୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାସନ କାର୍ଡ କୁ ନେଇ ଆସିଲା ବଡ଼ ଖବର। ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ଯେଉଁମାନେ ପାଇନାହାନ୍ତି ଆବେଦନ କରନ୍ତୁ, ପୋର୍ଟାଲ ଖୋଲା ଅଛି । ଅନେକ ବାଦ୍ ପଡ଼ିଛନ୍ତି, ଆହୁରି ବାଦ୍ ପଡ଼ିବେ । ପ୍ରାୟ ୨୫ ଲକ୍ଷ ଲୋକ E-KYC କରିନାହାନ୍ତି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖୁବଶୀଘ୍ର ମିଳିବ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ । ଏନେଇ ପ୍ରସ୍ତୁତି ସହିତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ କୁହାଯାଇଛି । ପରେ ଜିଲ୍ଲାପାଳଙ୍କ ଦ୍ବାରା ନିର୍ଦ୍ଧାରିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାସନ କାର୍ଡ ବଣ୍ଟନ କରାଯିବ । ପୂର୍ବ ସରକାରଙ୍କ ଅମଳରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଉଛି ଓ ଦୁର୍ନୀତି ଅନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଢେଙ୍କାନାଳରେ ହିଁ ଏହି ନୂଆ ରାସନ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରାଯାଇ ରାଜ୍ୟବ୍ୟାପୀ ଏକକାଳୀନ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ତେବେ ନୂତନ ରାସନକାର୍ଡ ପାଇଁ www.foododisha.in ୱେବସାଇଟ ରେ ଆବେଦନ କରିବାକୁ ହେବ l

LEAVE A REPLY

Please enter your comment!
Please enter your name here