କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି, ପାତ୍ରସାହି ରାସ୍ତାରୁ ଏକ ବାଇକରେ ବୋଝେଇ କରି ଯାଉଥିବା ପ୍ରାୟ ୨୩ କେଜି ଗଞ୍ଜେଇ,ନଗଦ ୫ ଲକ୍ଷ ଟଙ୍କା,ଏକ ମୋବାଇଲ ଜବତ୍ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବଡବିଲ ପୋଲିସର ପେଟ୍ରୋଲିଂ ଟିମ। ମିଳିଥିବା ସୂଚନା ଅନୁସାରେ ଏକ ବାଇକରେ ସନ୍ଦେହ ଜନକ ପ୍ୟାକେଟ ଲୋଡ ହୋଇଥିବା ଦେଖି ପେଟ୍ରୋଲିଂ ଟିମ ତାହା ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ରହିଥିବା ବେଳେ ଅଭିଯୁକ୍ତ ପାଖରୁ ନଗଦ ୫ଲକ୍ଷ, ଏକ ମୋବାଇଲ ଓ ବାଇକ ଜବତ ହୋଇଥିଲା।