ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ସହର ଉପକଣ୍ଠରେ ଅନୁଷ୍ଠିତ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଟାନ ପରିସରରେ 5ଜି ରୁପାନ୍ତରିକରଣ ୱାଇରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ନିଷ୍ଟ ଶିକ୍ଷାନୁଷ୍ଠାନ ଓ ଯୁକ୍ତରାଷ୍ଟ୍ର ଆମେରିକା କାର୍ଲିଫର୍ଣ୍ଣିଆର ସେଲୋନା ପକ୍ଷରୁ ମିଳିତ ଭାବେ ଶିକ୍ଷାନୁଷ୍ଠାନ ପରିସରରେ 5ଜି ରୁପାନ୍ତରିକରଣ ଅଧିନରେ ନିଜସ୍ୱ ୱାଇରଲେସ ନେଟୱାର୍କ ବ୍ୟବସ୍ଥା କରାଯାଇଛି। ଏହାକୁ ଗୁରୁବାର କ୍ୟାମ୍ପସ ପରିସରରେ ଆଇଆଇଟି ଗୋଆର ନିର୍ଦ୍ଦେଶକ ଡା. ବରୋଦା କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।
ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡା. ସୁକାନ୍ତ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି ନୂତନ ସେବା ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ଓ ପିଏଚଡି ବିଦ୍ୟାର୍ଥୀଙ୍କ ପାଇଁ ହୋଇପାରିଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧକ୍ଷ ଡା. ପି ରାଜେଶ କୁମାରଙ୍କ ସଭାପତିତ୍ୱରେ କ୍ୟାମ୍ପସ ପରିସରରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଟ ବୈଜ୍ଞାନିକ ପ୍ରଫେସର କେ. ଜୟରାମ ଆୟର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଟେଲି ସରକାରଙ୍କ କମ୍ୟୁନିକେଶନ ବିଭାଗ ଭୂବନେଶ୍ୱରର ନିର୍ଦ୍ଦେଶକ ସୁବ୍ରତ ପୃଷ୍ଟି, ପ୍ରମୁଖ ଯୋଗ ଦେଇଥିଲେ l
ସେହିପରି ବୈଷୟିକ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀଙ୍କ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଏହି 5ଜି ସେବା ବେଶ ପ୍ରଭାବ ପକାଇବ। ପ୍ରତିଦିନ ନୂଆ ନୂଆ ଉଦ୍ଭାବନା କରିବାରେ ସେମାନଙ୍କୁ ସହାୟକ ହେବ ବୋଲି ମୁଖ୍ୟ ବକ୍ତା ପ୍ରଫେସର ଆୟର କହିଥିଲେ। ଆଜିର କାର୍ଯ୍ୟକ୍ରମରେ କଲେଜ ଅଧକ୍ଷ ଡା. ପି. ରାଜେଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଡା. ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କଲେଜ ଉପାଧ୍ୟକ୍ଷ ଡା ବିଷ୍ଣୁକର ନାୟକ, ଅଧ୍ୟାପକ ଡା. ପ୍ରିତିରଞ୍ଜନ ସାହୁ, ପିତାମ୍ବର ସାହୁ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l