ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗତ ସୋମବାର ରାତିରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ନିକଟସ୍ଥ ଗଳିରେ ଚୋରା ମଦ ବ୍ରିକି ହେଉଥିଲା । ଖବର ପାଇ ଅବକାରୀ କନେଷ୍ଟବଳ ସବ୍ୟସାଚୀ ଓ ଅନ୍ୟ ଜଣେ ସହଯୋଗୀ ସେଠାରେ ପହଁଞ୍ଚି ଭିଡ଼ିଓ କରୁଥିବା ବେଳେ କନେଷ୍ଟବଳ ସବ୍ୟସାଚୀଙ୍କୁ ୫ ରୁ ୭ ଜଣ ଯୁବକ ଆକ୍ରମଣ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।ସବ୍ୟସାଚୀ ୟୁନିଫର୍ମରେ ନ ଥିବାରୁ ଦୁବୃର୍ତ୍ତମାନେ ଚିହ୍ନି ନ ପାରି ଆକ୍ରମଣ କରିଥିଲେ । ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର ଆହତ ହୋଇଥିଲା।ଅଭିଯୋଗକୁ ଆଧାର କରି ତଦନ୍ତ କରି ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ ୧) ତୁମ୍ବେଶ୍ୱର ପାତ୍ର,ନିମଖଣ୍ଡି ,୨)ରଂଜିତ ପଟନାୟକ,ଦୋନୂଆ ସାହି, ଭାବିନି ପୁର ୩)ସମୀର ପ୍ରଧାନ, କୁକୁଡ଼ା ଖଣ୍ଡି କାଳୁଆ ସାହି, ୪)ସୁମନ ମହାପାତ୍ର,କୋଣାର୍କ ନଗର, ଲୋଚାପୋଡ଼ା, ୫)ଲଷ୍ମୀ ନାରାୟଣ ବେହେରା,ଗୋଲାପଲ୍ଲୀ ସାହି, ବ୍ରହ୍ମପୁର,୬)ରମେଶ ପାତ୍ର, ନୀଳାଦ୍ରି ବିହାର, ବ୍ରହ୍ମପୁର,। ଅଭିଯୁକ୍ତ ଙ୍କ ଠାରୁ ସବ୍ୟସାଚୀଙ୍କ ଆଇ କାର୍ଡ, ମୋବାଇଲ ଫୋନ ସହ ୫୦୦ ଲିଟର ମଦ ଜବତ କରିଛି ପୋଲିସ।