୬ ଜଣ ଛାତ୍ରଛାତ୍ରୀ ଜିଲ୍ଲା ଟପ୍ପର, ଶତପ୍ରତିଶତ ପାସ

0

ମୋହନଲାଲ ଦୀପ, ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗାନ୍ଧୀ କଲେଜ ଆଉଥରେ ନୂଆପଡା ଜିଲାର ଶ୍ରେଷ୍ଠ କଲେଜ୍‌ ଭାବରେ ପରିଚିତି ହାସଲ କରିଛି। ଏହି ବେସରକାରୀ ଶିକ୍ଷାନୁଷ୍ଠାନ ଲାଗାତାର ନବମ ଥର ପାଇଁ ଜିଲ୍ଲାର ଶ୍ରେଷ୍ଠତାର ମୁକୁଟ ଅଧିକାର କରିଛି। ଯାହା ଏହି କଲେଜ୍‌ର ଶିକ୍ଷାଗତ ମାନଦଣ୍ଡ ଓ ଶ୍ରେଷ୍ଠ ପରିଚାଳନା ପ୍ରଣାଳୀକୁ ପ୍ରମାଣିତ କରୁଛି।

ଚଳିତ ବର୍ଷ ଯୁକ୍ତ ୨ ସିଏଚଏସଇ ବିଜ୍ଞାନ ବିଭାଗର ଫଳାଫଳରେ ଏହି କଲେଜ୍‌ ନୂଆପଡା ଜିଲାର ଶୀର୍ଷ ୬ ଜଣ ଟପ୍ପର୍ ଛାତ୍ରଛାତ୍ରୀକୁ ଦେଇଛି। ସେ ଛାତ୍ରଛାତ୍ରୀ ମାନେ ହେଲେ ତାପେଶ୍ୱର ବାଗ, ସୌମ୍ୟ ରଞ୍ଜନ ମେହେର , ଲିପ୍ସା ରଣା , ଲିପ୍ସା ଗୌଡ , କରୁଣା ସାହୁ , ମେମରାଜ ମେହେର । କଲେଜ୍‌ର ପାସ୍ ହାର ହାରାହାରି ଶତ ପ୍ରତିଶତ ହୋଇଥିବା ବେଳେ ମୋଟ ୧୪୨ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୧୦୯ ଜଣ ପ୍ରଥମ ବର୍ଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜର ୨୬ ଜଣ ଛାତ୍ରଛାତ୍ରୀ ୮୦ ଶତକଡା ଅଙ୍କ ଅର୍ଜନ କରିଛନ୍ତି ଓ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ଅଙ୍କ ପାଇଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୫୦ ଶତକଡା ତାଙ୍କ ୧୦ମ ଶ୍ରେଣୀର ଫଳାଫଳ ଠାରୁ ଅଧିକ ମାର୍କ୍ସ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଏହି ବେସରକାରୀ ଶିକ୍ଷାନୁଷ୍ଠାନ ର ସଫଳତା ପାଇଁ କଲେଜ କର୍ତ୍ତୃପକ୍ଷ ଙ୍କୁ ନୂଆପଡ଼ା ଜିଲ୍ଲା ର କୋଣ ଅନୁକୋଣ ରୁ ଶୁଭେଚ୍ଛା ର ଶୁଅ ଛୁଟୁଥିବା ବେଳେ ବାହାର ଜିଲ୍ଲା ର ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷା ଗ୍ରହଣ ପାଇଁ ଲମ୍ବାଧାଡ଼ି ଲଗାଇଚନ୍ତି । ଏହି ଶ୍ରେୟ କେବଳ ଶିକ୍ଷାନୁଷ୍ଠାନ ର କର୍ମକର୍ତ୍ତା ନୁହଁନ୍ତି ଅଭିଭାବକ ଙ୍କ ସହଯୋଗ ଓ ଛାତ୍ରଛାତ୍ରୀ ଙ୍କ ପରିଶ୍ରମ ର ଫଳ ବୋଲି ଆଜି ଏକ ସମ୍ବର୍ଦ୍ଧନା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ କଲେଜ ର ଚେୟାରମେନ୍ ଙ୍କ ସହ ଖଡ଼ିଆଳ BEO ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here