ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୬୨ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ଦିନ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ ପି ଡ଼ା. ଶ୍ରବଣ ଏମ୍ ଯୋଗଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବ୍ରହ୍ମପୂର୍ ପୋଲିସ ଜିଲ୍ଲା ଅଧିନରେ ଥିବା ବିଭିନ୍ନ ଥାନାର ଅଧିକାରୀ,ଏସ ଡି ପି ଓ, ଡିଏସପି ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ହୋମଗାର୍ଡ ଦିବସରେ ସମସ୍ତ ହୋମ ଗାର୍ଡ ଏବଂ ତାଙ୍କ ପରିବାର ବର୍ଗଙ୍କୁ ବଧାଇ ଜଣାଇଥିଲେ ବ୍ରହ୍ମପୁର ଏସପି । ଏହି ଅବସରରେ ନିଜର କାର୍ଯ୍ୟଦକ୍ଷତା ପାଇଁ କିଛି ହୋମଗାର୍ଡ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।