ଆହୁରି ୭ ଦିନ କାଳବୈଶାଖୀ ଵର୍ଷା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଙ୍ଗୋସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ ସ୍ପଷ୍ଟ କଲା IMD । ଆହୁରି ୭ ଦିନ ଓଡ଼ିଶାରେ କାଳବୈଶାଖୀ ଵର୍ଷା ।ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ବଙ୍ଗୋସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ IMD ତରଫରୁ କିଛି ଆକଳନ କରାଯାଇ ନାହିଁ । ଆଗାମୀ ୫ ଦିନ ମଧ୍ୟରେ ବାତ୍ୟା ହେବାର କୌଣସି ସମ୍ଭାବନା ନାହିଁ । ବାତ୍ୟାର ନିୟାମକ ସ୍ପଷ୍ଟ ହେଲେ IMD ପକ୍ଷରୁ ଆଗୁଆ ସୂଚନା ଦିଆଯିବ । ବାତ୍ୟା ହେବା ନେଇ ଆସୁଥିବା ଖବରରେ କୌଣସି ସତ୍ୟତା ନାହିଁ । ଏଭଳି ଗୁଜବ ଠାରୁ ଦୂରେଇ ରୁହନ୍ତୁ ।” ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।ସେପଟେ କାଳବୈଶାଖୀ ବର୍ଷା ଆସନ୍ତା ୬ ଦିନ ଯାଏଁ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳରେ ଗୁଳୁଗୁଳି ଅଣାୟତ୍ତ କରିବ । ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ କାଳବୈଶାଖୀ ବର୍ଷା ମଧ୍ୟ ରହିବ । ଫଳରେ ଦିନର ତାପମାତ୍ରାରେ ବିଶେଷ ବୃଦ୍ଧି ହେବ ନାହିଁ । ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲା କାଳବୈଶାଖୀରେ ପ୍ରଭାବିତ ହେବ । ହାଲୁକା ବର୍ଷାର ସମ୍ଭାବନା ସହ କିଛି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here