ମୟୂରଭଞ୍ଜରେ ୭ ହଜାର କୋଟିରେ ପ୍ରତିଷ୍ଠା

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାରିପଦା ଗସ୍ତରେ ଆସି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୟୂରଭଞ୍ଜରେ ୭ ହଜାର କୋଟି ବିନିଯୋଗରେ ପ୍ରତିଷ୍ଠା ଇସ୍ପାତ, ଗ୍ରୀନ ହାଇଡ୍ରୋଜେନ, ଅଟୋପାର୍ଟସ୍ ଭଳି ୧୦ଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏହା ମାଧ୍ୟମରେ ୫,୧୨୫ ଜଣ ନିଯୁକ୍ତି ପାଇବେ । ଏଥି ସହିତ ଗୋଟେ ଏମ୍‌ଏସ୍‌ଏମ୍‌ଇ ପାର୍କ ମଧ୍ୟ ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ମୟୂରଭଞ୍ଜ ସର୍ବାଗ୍ରେ ରହିବ ବୋଲି ପିଏମ୍ ବିଶ୍ୱକର୍ମା ଏବଂ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଓ ଜାତି ହବ୍ କନ୍‌କ୍ଲେଭରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ପିଏମ୍ ବିଶ୍ୱକର୍ମା ଯୋଜନା କେବଳ ଏକ ଅର୍ଥନୈତିକ ସାହାଯ୍ୟ ନୁହେଁ, ଏହା ହେଉଛି ଆମର ମହତ ଭାବନା ଏବଂ ଏକ ଦୃଢ ସଂକଳ୍ପର ପରିଣାମ । ଗରିବ ଶିଳ୍ପୀ ଓ କାରିଗରଙ୍କୁ ମଧ୍ୟ ଏହା ମାଧ୍ୟମରେ ଆମେ ବିକାଶର ମୁଖ୍ୟ ଧାରାରେ ସାମିଲ କରିବୁ ।

ଆମ ସମାଜରେ ବହୁ ପୁରାତନ କାଳରୁ ବିଶ୍ୱକର୍ମା ମାନେ ଯଥା-ବଢେଇ, ରାଜମିସ୍ତ୍ରୀ, କୁମ୍ଭାର, ମୂର୍ତ୍ତିକାର, ବଣିଆ, ଡୋକ୍ରା କାରିଗର, ଚମଡା କାରିଗର, ନଡିଆ କତା ଶିଳ୍ପୀଙ୍କ ପରି ଅନେକ ଅନ୍ୟାନ୍ୟ କାରିଗର ନିଜର କୌଶଳ ଦ୍ୱାରା ଦେଶ ଓ ରାଜ୍ୟକୁ ସମୃଦ୍ଧ କରିଛନ୍ତି । ଏହି ପରମ୍ପରାକୁ ଅଧିକ ସମୃଦ୍ଧ ଓ ଗରିମାମୟ କରିବା ଏବଂ ଏହି ପାରମ୍ପରିକ ଶିଳ୍ପୀ ଓ କାରିଗର ମାନଙ୍କୁ ଯଥୋଚିତ ସମ୍ମାନ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ ମସିହାରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ବଢେଇ, ଡଙ୍ଗା ନିର୍ମାତା, କମାର, ବଣିଆ, କୁମ୍ଭକାର, ମୂର୍ତ୍ତିକାର, ପଥର ଖୋଦେଇକାରୀ, ଜୋତା କାରିଗର, ରାଜମିସ୍ତ୍ରୀ, ନଡିଆ କତା ଶିଳ୍ପୀ, ଝୁଡି, ଗାଲିଚା କାରିଗର, କଣ୍ଢେଇ ଓ ଖେଳଣା ନିର୍ମାତା, ନାପିତ, ରଜ୍ଜକ, ଫୁଲମାଳା ନିର୍ମାତା, ଦର୍ଜୀ, ମାଛ ଜାଲ ବୁଣାଳୀ ଆଦି ୧୮ ପ୍ରକାର ବୃତ୍ତିକୁ ସାମିଲ କରାଯାଇଛି । ଏହି ପାରମ୍ପରିକ କାରିଗର ଓ ଶିଳ୍ପୀ ମାନଙ୍କୁ ବିଶ୍ୱକର୍ମା ଭାବରେ ପରିଚିତ କରି ଯୋଜନା ଅନ୍ତର୍ଭୁକ୍ତ ସୁବିଧା ହାସଲ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

”କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାର ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ୍, ୠଣ ମଞ୍ଜୁରୀ ପତ୍ର ଏବଂ ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି, “ଗ୍ରାମୀଣ ଅର୍ଥନୀତିର ଆତ୍ମା ହେଉଛି ଏମ୍‌ଏସ୍‌ଏମ୍‌ଇ। ଗ୍ରାମାଞ୍ଚଳର ଅର୍ଥନୀତିକୁ ଆହୁରି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ମହତ୍ୱକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହୋଇଛି ।

LEAVE A REPLY

Please enter your comment!
Please enter your name here