ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ଓଡିଶାର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ,୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ ଏବଂ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ଓଡ଼ିଶାର ରାଜଧାନୀ ମାନ୍ୟତା । ୧୯୪୮ ଏପ୍ରିଲ ୧୩ରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା ।
୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ । ସ୍ମାର୍ଟ ସହରରେ ପରିଣତ ହୋଇଛି ଭୁବନେଶ୍ୱର । ବଣ ପାହାଡ଼ ଘେରା ଅଂଚଳ ଆଜି ବଡ଼ ବଡ଼ ଫ୍ଲାଏ-ଓଭରବ୍ରିଜ୍, ଆକାଶ ଛୁଆଁ କୋଠାରେ ଭରିଯାଇଛି । ଖଣ୍ଡଗିରି, ଉଦୟଗିରି, ଲିଙ୍ଗରାଜ ମନ୍ଦିର, ଧଉଳି ଓ ଶିଶୁପାଳଗଡ଼କୁ ନେଇ ଆଉ ଭୁବନେଶ୍ୱରର ପରିଚୟ ସୀମିତ ହୋଇ ରହିନାହିଁ ।
ସେତେବେଳେ ଭୁବନେଶ୍ବରର ଜନସଂଖ୍ୟା ଥିଲା ୧୫ ହଜାର
ଏବେ ୧୫ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି ରାଜଧାନୀରେ,୧୯୯୪ ଅଗଷ୍ଟ ୧୪ରେ ଭୁବନେଶ୍ବର ମ୍ୟୁନିସପାଲ କର୍ପୋରେସନ ବା ବିଏମସି ଗଠନ ହୋଇଥିଲା,୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ,ସ୍ମାର୍ଟ ସହରରେ ପରିଣତ ହୋଇଛି ଭୁବନେଶ୍ୱର,ସ୍ୱାସ୍ଥ୍ୟ, ଶିକ୍ଷା ହବ୍ ହେବା ସହ ଆଇଟି ହବ୍ରେ ପରିଣତ ହୋଇଛି,ଆଇଆଇଟି, ନାଇଜର ଭଳି ଜାତୀୟ ସ୍ତରରେ ଶିକ୍ଷାନୁଷ୍ଠାନ ରହିଛି,କ୍ରୀଡ଼ା ଆୟୋଜନରେ ବି ଜାତୀୟସ୍ତରରେ ପରିଚୟ ହାସଲ କରିଛି,ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଆଥଲେଟିକ୍ ଗେମ୍ସର ସଫଳ ଆୟୋଜନ କରିସାରିଛି ରାଜଧାନୀ ଭୁବନେଶ୍ୱର l
ସେପଟେ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ପୋଲିସ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ।