ଗଜପତିରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତକା ଉତ୍ତୋଳନ କରାଯାଇଛି । ପାରଳାଖେମୁଣ୍ଡି ଷ୍ଟାଡିୟମରେ ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ମିଳିତ ପ୍ୟାରେଡ଼ରେ ପରିବହନ ମନ୍ତ୍ରୀ ବିଭୂତି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବିଭାଦଂ ଗ୍ରହଣ କରିଥିଲେ । ଏହି ସମ୍ମିଳିତ ପ୍ୟାରେଡ଼ରେ ପାରଳାଖେମୁଣ୍ଡିର ଭିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ,ପୋଲିସ ବାହିନୀ ସମେତ ୨୨ ଟି ପ୍ଲାଟୁନ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିଲେ ।

ମନ୍ତ୍ରୀ ନିଜ ଅଭିଭାଷଣରେ ପାରଳା ଇତିହାସ ଏଠାକାର ବିରପୁରୁଷଙ୍କ ଦେଶ ସ୍ବାଧୀନତାର ଅବଦାନ ମାନେପକାଇବା ସହ ରାଜ୍ୟ ଓ କେନ୍ଦ୍ରରେ ଦେଶର ଉନ୍ନତି ଲାଗି ନିୟଯାଉଥିବା ପଦକ୍ଷେପକୁ ମନେ ପକାଇଥିଲେ । ମନ୍ତ୍ରୀ ସମ୍ମିଳିତ ପ୍ୟାରେଡ଼ ପରିଦର୍ଶନ ସମୟରେ ଜଣେ ସ୍କାଉତ ଛାତ୍ର ଅଚେତ ହୋଇ ପଡିଯିବା ସମୟରେ ମନ୍ତ୍ରୀ ନିଜେ ଗାଡିରୁ ଓଲେଇ ପିଲାଟିକୁ ଉଠାଇବା ସହ ତୁରନ୍ତ ଚିକିତ୍ସାଳୟକୁ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ ଯାହା ଏହି ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି।

ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ , ପୋଲିସ ବାହିନୀ ପ୍ୟାରେଡ଼ରେ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ବାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିଲେ ସମସ୍ତଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହା ପରେ ଜିଲ୍ଲା କାରାଗାରରେ ଥିବା ଅନ୍ତେବାସୀଙ୍କୁ ମୁଖ୍ୟ ଅତିଥି ମିଷ୍ଟାନ୍ନ ଲଣ୍ଡନ କରିବା ସହ ସେମାନଙ୍କ ଭଲ ମନ୍ଦ ବୁଝି ଥିଲେ ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୃଷ୍ଣଆଶ୍ରମ ଯାଇ ସେଠାରେ ରୋଗିଙ୍କୁ ମିଷ୍ଟାନ୍ନ ଦେବାସହ ସେମାନଙ୍କ ସହ ଆଲୋଚନା କରିଥିଲେ।

 

LEAVE A REPLY

Please enter your comment!
Please enter your name here