ବିପ୍ଲବୀ ପରିକ୍ରମା ବ୍ୟୁରୋ :-:ଓଡିଶା ଇତିହାସରେ ଆଜି ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି । ଏହି କ୍ରମରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ଓ କନକ ବର୍ଦ୍ଦନ ସିଂ ଦେଓ ଶପଥ ନେଇଛନ୍ତି । ଏହାସହ କ୍ୟାବିନେଟ ମନ୍ତ୍ରୀ ଭାବେ ୮ ଜଣ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ୫ ଜଣ ଶପଥ ନେଇଛନ୍ତି ।କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରଥମେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଶପଥ ନେଇଥିଲେ । କୁଚିଣ୍ଡା ବିଧାୟକ ରବି ନାୟକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା ଏବଂ ମୋରଡ଼ା ବିଧାୟକ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
୮ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ମୋହନଙ୍କ ଟିମରେ ରାଷ୍ଟ୍ରମନ୍ତ୍ରୀ ଭାବେ ୫ ଜଣ ଶପଥ ନେଇଛନ୍ତି । ଏହି ୫ ଜଣ ସ୍ୱାଧୀନ ଭାବେ ସେମାନଙ୍କ ଦାୟିତ୍ୱ ତୁଲାଇବେ । ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଓ ପାରାଦୀପ ବିଧାୟକ ସଂପଦ ସ୍ୱାଇଁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।