କରଞ୍ଜିଆ ରେ ପାଳିତ ହେଲା ୮୯ତମ ଉତ୍କଳ ଦିବସ

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ଓଡ଼ିଶାରେ ଏକ ମହାନ ଦିବସ ହେଉଛି ଉତ୍କଳ ଦିବସ ପ୍ରତିବର୍ଷ ଏପ୍ରିଲ ମାସ ୧ ତାରିଖ ଦିନ ପାଳନ କରାଯାଏ । ପୂର୍ବେ ଏହାର ନାମ ଉତ୍କଳ କଳିଙ୍ଗ ଥିଲା । ଦିନ ଥିଲା ଯେତେବେଳେ ଓଡିଶାର ନାମ ସାରା ବିଶ୍ବରେ ବ୍ୟାପି ଯାଇଥିଲା । ଏହି ଦିନ ଉତ୍କଳ ପରାଧିନତାରୁ ମୁକ୍ତ ହୋଇ ଏକ ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା । ଏହାକୁ ମନେରଖିବା ପାଇଁ ଉତ୍କଳ ଦିବସ ପାଳନ କରାଯାଇଥାଏ । ୧୮୦୦ ମସିହାରେ ଇଂରେଜମାନେ ଓଡିଶାକୁ ଅଧିକାର କରିଥିଲେ । ସେମାନେ ମନଇଚ୍ଛା ଓଡିଶାକୁ ଶାସନ କରୁଥିଲେ। ଭାଗ ଭାଗ କରି ଅନ୍ୟାନ୍ୟ ରାଜ୍ୟରେ ମିଶାଇ ଦେଲେ ସମ୍ବଲପୁରକୁ ମଧ୍ୟପ୍ରଦେଶରେ ମିଶାଇ ଦେଲେ ।

ଚନ୍ଦ୍ରଶେଖର ବେହେରା ପ୍ରମୁଖ ଓଡିନେଲ୍ କମିଟି ଆଗରେ ସାକ୍ଷ୍ୟ ଦେଇ ସମ୍ବଲପୁର ଓଡିଶାରେ ମିଶିବ ବୋଲି ପ୍ରସ୍ତାବ ଗ୍ରହଣ କଲେ । ସିଂହଭୂମି ଷଢେଇକଳା, ଖରସୁଆଁ ଇତ୍ୟାଦି ଅଞ୍ଚଳ ଅନ୍ୟ ରାଜ୍ୟରେ ମିଶିଗଲା । ଫଳରେ ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ ଦିନ ଓଡିଶା ଏକ ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେଲା । ଏହି ଦିବସଟିକୁ ଉତ୍କଳ ଦିବସ କୁହାଯାଏ । ଏହିଦିନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ସଂସ୍ଥାମାନଙ୍କରେ ଏହି ଉତ୍ସବ ମହା ଆଡମ୍ବର ସ‌ହକାରେ ପାଳିତ ହୁଏ |ଏହି ଦିବସ ରେ ବକ୍ତୃତା, ସଙ୍ଗୀତ ଚିତ୍ରାଙ୍କନ ଆଦି। ପ୍ରତିଯୋଗିତା ହୋଇଥାଏ |କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଏ |ଏହି ପରି ପେକ୍ଷୀରେ କରଞ୍ଜିଆ ରେ ମଧ୍ୟ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି ଓଡିଶା ଦିବସ ବା ଉତ୍କଳ ଦିବସ |

ଆଜି ସଖାଳ ୭ଘଟିକା ୩୦ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାପୁରୁଷଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ନେତାଜୀ ଛକରେ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଗୋଲେଇ ରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା | ପରେ ୧୦ ଘଟିକା ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ନିହାର ରଞ୍ଜନ ସେଠୀ ଙ୍କ ସଭାପତିତ୍ୱ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା |

ଏହି ସଭାରେ ନିମନ୍ତ୍ରିତ ଅତିଥିଭାବେ କରଞ୍ଜିଆ ଅତିକ୍ତ ଉପଜିଲ୍ଲାପାଳ ପ୍ରକାଶ କୁମାର ଦାଶ,ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ଉମାଶଙ୍କର ଦାଶ, କରଞ୍ଜିଆ ସାମ୍ବାଦିକ ସଙ୍ଘର ସମ୍ପାଦକ କର୍ଣ୍ଣାଜୁନ ସାହା, ବାର ଏସିଏସନ ର ସାଧାରଣ ସମ୍ପାଦକ ଦିବ୍ୟ ବ୍ରାସାଦ ସାହୁ,ତହସିଲଦାର ବିଦ୍ୟାଧର ପତି ଯୋଗଦେଇଥିଲେ | ତାସହିତ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l

LEAVE A REPLY

Please enter your comment!
Please enter your name here