ଝିଅକୁ ରକ୍ଷା କରିବାକୁ ଯାଇ ଦିବ୍ୟାଙ୍ଗ ବାପା ହତ୍ୟା ର ଶିକାର : ହତ୍ୟାକାରୀ ଗିରଫ
ଆସିକା ( ବିପ୍ଲବୀ ପରିକ୍ରମା ):: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ଦିନ ଦ୍ୱିପ୍ରହର ରେ ଝିଅକୁ ଅସଦାଚରଣ କରିବା ଦେଖି ବାପା ପ୍ରତିବାଦ କରି ହତ୍ୟାର ଶିକାର ହୋଇଥିବା ବେଳେ ମା ଗୁରୁତର ଆହତ ହୋଇଛି। ଶନିବାର ଦିନ ଅପରାହ୍ନ ରେ ମୁକେଶ ଆନନ୍ଦ ନାମକ ଯୁବକ ଜଣେ ଦିବ୍ୟାଙ୍ଗ ଯୁବତୀ କୁ କୁକର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନ ରେ ବସିଥିବା ଦିବ୍ୟାଙ୍ଗ ବାପା ଉଦୟ ମୁନି (୬୧)ପ୍ରତିବାଦ କରିଥିଲେ I ଫଳରେ ଉକ୍ତ ଯୁବକ ତାଙ୍କୁ ପଥର ଛେଚି ହତ୍ୟା କରିବା ପରେ ଝିଅର ମା ମମତା ମୁନି କୁ ମାଡ଼ ମାରି ଆହତ କରିଥିଲା। ଅଞ୍ଚଳ ବାସି ପୋଲିସ କୁ ଖବର ଦେବା ପରେ ପୋଲିସ ନାକେଦମ ହୋଇ ଜୋକବନ୍ଧ ସାହିର ଯୁବକ ମୁକେଶ ଆନନ୍ଦ କୁ ଧରି ଗିରଫ କରିଛି I ମୁକେଶ ଜଣେ ଦିନମଜୁରୀ ଭାବେ କାର୍ଯ୍ୟ କରେ, ମୃତ ଉଦୟ ମୁନି ଏକ ଛୋଟିଆ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଗତ କାଲି ତାଲୁକା ଅଞ୍ଚଳ କୁ ମୂଲ କାର୍ଯ୍ୟ କରିବାକୁ ମୁକେଶ ଯାଇଥିଲା। ବର୍ଷା ହେଉଥିବା ର ସୁଯୋଗ ନେଇ କୁଆଡ଼େ ନିଶାସକ୍ତ ଅବସ୍ଥାରେ ଉଦୟଙ୍କ ଘରେ ପଶି ଏଭଳି କାଣ୍ଡ କରିଥିଲେ I