(ରାୟଗଡା);ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀ ଜଣଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିବା ଫଳରେ ଘଟଣା ସ୍ଥଳରେ 50 ବର୍ଷୀୟ ମହିଳାଙ୍କ ମୄତ୍ୟୁ ହୋଇଥିଲା । ଏହାସହ ଦୁଇଜଣ ଗୁରୁତର ଥିବା ବେଳେ ବର୍ତ୍ତମାନ ସେମାନେ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣା ଜାଗାରେ ଗୁଣୁପୁର ଅଗ୍ନିଶମ ଦଳ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି। ବର୍ତ୍ତମାନ ଘଟଣା ଜାଗାରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ପହଁଚି ଥିଲେ।