ଅଚାନକ ଏମ.କେ.ସି.ଜି ମେଡିକାଲ ଗସ୍ତ କଲେ ବ୍ରହ୍ମପୁର ବିଧାୟକ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ବିଧାୟକ କେ. ଅନୀଲ ବଡ଼ମେଡ଼ିକାଲ ବା ଏମକେସିଜି ର ବିଭିନ୍ନ ୱାର୍ଡ ବୁଲିବା ସହିତ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଙ୍କ ସହିତ ସ୍ୱାସ୍ଥ୍ୟ ସେବା ନେଇ ଆଲୋଚନା କରିଥିଲେ।ଏହା ସହିତ ବିଭିନ୍ନ ୱାର୍ଡ ରେ ବେଡ଼ ଅଭାବ କାରଣରୁ ତଳେ ଶୋଇଥିବା ରୋଗୀ ଏବଂ ଅନୁପସ୍ଥିତ ଡାକ୍ତର ଓ କର୍ମଚାରୀ ଙ୍କ ବିଷୟରେ ସମୀକ୍ଷା କରିଥିଲେ। ଦୀର୍ଘ ଦିନର ସମସ୍ୟା ଉପରେ ମେଡିକାଲ କର୍ତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ l

ଏହାର କିପରି ସମାଧାନ ନିମନ୍ତେ ବିଧାନସଭା ରେ ଉପସ୍ଥାପନା କରିବା ସହ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତୀ ଙ୍କ ଆଲୋଚନା କରି ଖୁବ ଶୀଘ୍ର ସମାଧାନ ର ରାସ୍ତା ବାହାର କରାଯିବ ବୋଲି ବିଧାୟକ ଶ୍ରୀ ଅନୀଲ କହିଛନ୍ତି। I

LEAVE A REPLY

Please enter your comment!
Please enter your name here