ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବନ୍ଧୁତା ଦିବସରେ “ଆସ ବସିବା ବୃକ୍ଷ ସହ ମିତ” ସଚେତନତା କାର୍ଯ୍ୟକ୍ରମ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବନ୍ଧୁତା ଦିବସ ଏହି ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବୃକ୍ଷର ସୁରକ୍ଷା ପାଇଁ ଏକ ନିଆରା କାର୍ଯକ୍ରମ “ଆସ ବସିବା ବୃକ୍ଷ ସହ ମିତ୍ର” ନାମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲୋକ ମାନଙ୍କୁ ବିଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ଉପାୟରେ ସଚେତନ କରାଇ ପରିବେଶ ସହିତ ଯୋଡ଼ିବା ଏବଂ ବୃକ୍ଷ ରୋପଣ ଓ ଏହାର ସୁରକ୍ଷା କରିବା ପାଇଁ ଅନୁରୋଧ କରିବା , ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି ଏହାକୁ ରୋକିବାରେ ବୃକ୍ଷ ହିଁ ଏକ ମାତ୍ର ବିକଳ୍ପ ।

କିଛିଦିନ ତଳେ ଗ୍ରୀଷ୍ମ ଋତୁ ତାହାର ଉତ୍ତାପର ପ୍ରକପ ଦେଖାଇ ଯାଇଥିବା ବେଳେ ବର୍ତ୍ତମାନ ବର୍ଷା ଋତୁ ତାହାର ବର୍ଷାର ତାଣ୍ଡବ ଆରମ୍ୱ କରିସାରିଲାଣି ଯାହାର ପ୍ରକପ କେରଳ ଓ ଉତ୍ତରାଖଣ୍ଡରେ ଘଟିଥିବା ଦୁଃଖଦ ଘଟଣା ଆମେ ସମସ୍ତେ ଦେଖିସାରିଲେଣି ସେଥିପାଇଁ ଏହିଭଳି ପ୍ରାକୃତିକ ବିପର୍ଯ୍ୟୟ କୁ ରୋକିବାକୁ ହେଲେ ଆମକୁ ସରକାରୀ ସ୍ତରରେ ହେଉ କିମ୍ଵା ସାମାଜିକ ସ୍ତରରେ ହେଉ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ସହିତ ବୃକ୍ଷକୁ ସୁରକ୍ଷା ଦେବା ନିହାତି ଆବଶ୍ୟକ କାରଣ ବୃକ୍ଷ ହିଁ ଆମର ପ୍ରକୃତ ବନ୍ଧୁ ଯିଏ ଆମକୁ ସବୁ ପ୍ରକାର ପ୍ରାକୃତିକ ବିପଦରୁ ରକ୍ଷା କରୁଛି ।

ସବୁଜ ବାହିନୀ ପକ୍ଷରୁ ଜଳବାୟୁ ପରିବର୍ତ୍ତନ କୁ କିଛି ମାତ୍ରାରେ ରୋକିବା ପାଇଁ ଭିନ୍ନ ଭିନ୍ନ ଉପାୟରେ ଏହି ଭଳି ବୃକ୍ଷ ରୋପଣ ଓ ବୃକ୍ଷର ସୁରକ୍ଷା ପାଇଁ ସଚେତନତାରେ ବାର୍ତ୍ତା ବର୍ଷ ସାରା ଜାରୀ ରହିଛି।

ଆଜିର ଏହି ନିଆରା କାର୍ଯ୍ୟକ୍ରମ ରେ ସବୁଜ ବାହିନୀ ସଙ୍ଗଠନର ସଭାପତି ଶିବରାମ ପାଣଗ୍ରାହୀ, ରବୀନ୍ଦ୍ର ସାହାଣୀ,ମ୍ ଦିଲ୍ଲୀପ୍ କୁମାର, ସାଗର ପ୍ରସାଦ ପାତ୍ର, ପ୍ରକାଶ ପ୍ରସାଦ ଗୁପ୍ତା, ବନମାଳୀ ପ୍ରଧାନ ଓ ବିଭିନ୍ନ ପରିବେଶ ବିତି ମାନେ ମିଶି ବୃକ୍ଷ ସହିତ ବନ୍ଧୁତା କରିବା ପାଇଁ ସମାଜର ବିଭିନ୍ନ ବର୍ଗର ଲୋକ ମାନଙ୍କୁ ଅନୁରୋଧ କରିବା ସହ ସଚେତାନ କରାଇଥିଲେ

LEAVE A REPLY

Please enter your comment!
Please enter your name here