କୁକୁର ଖୋଜୁଛି ଶବ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- କେରଳ ଓ ହିମାଚଳର ଭୂସ୍ଖଳନ ଦୋହଲାଇ ଦେଇଛି ପୂରା ଦେଶକୁ। ଏତେ ଭୟଙ୍କର ଭୂସ୍ଖଳନ ପୂର୍ବରୁ କେବେ ହୋଇ ନଥିଲା। କେରଳର ୱଏନାଡ଼ୁର ଲୋମଟାଙ୍କୁରା ଦୃଶ୍ୟ ଛାତି ଥରାଇ ଦେଇଛି। ଆଜି ବି ସରୁନି ଶବ ଖୋଜା। ଏହାପରେ ହିମାଚଳ ପ୍ରଦେଶର ଭୂସ୍ଖଳନ ବି ଦେଖାଇଛି ଏପରି ସ୍ଥିତି। ସେନା ବାହିନୀ ବି ନିରୁପାୟ ହୋଇ ପଡ଼ିଛି। ଭୂସ୍ଖଳନ ଦ୍ୱାରା କେଉଁଠି ଶବ ରହିଛି ତାହା ଜାଣି ପାରୁନାହିଁ। କେବଳ ସେତିକି ନୁହେଁ, ଯିଏ ବି ବଞ୍ଚିଛନ୍ତି, ସେମାନେ କେଉଁଠି ଅଛନ୍ତି ତାହା ବି ପତ୍ତା ଲଗାଇ ପାରୁନାହାନ୍ତି। ପ୍ରକୃତିର ତାଣ୍ଡବ ଆଗରେ ମଣିଷ ଫେଲ ମାରିବା ପରେ ଏବେ ସାହାରା ନେଇଛି ପଶୁ ଓ ଜ୍ଞାନକୌଶଳର।

ଦୁଇଟି ବିପର୍ଯ୍ୟୟସ୍ଥଳୀରେ ଏବେ ସନ୍ଧାନୀ କୁକୁରଙ୍କୁ ଲଗାଇ ଖୋଜା ଚାଲିଛି ଶବ। କାଳେ କେଉଁଠି ରହିଯାଇଥିବ ଶବ ତାହାକୁ ଖୋଜା ଚାଲିଛି। ସେଥିପାଇଁ ଓଡ଼ିଶାର ବ୍ରହ୍ମପୁରରୁ ୱାଏନାଡ଼ୁକୁ ଯାଇଛି ସନ୍ଧାନୀ କୁକୁର ଷ୍ଟର୍ମ। ଷ୍ଟର୍ମକୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ନିଆଯାଇଛି କୋଚି। ସେଠାରୁ ୱାଏନାଡ଼ୁକୁ ନିଆଯାଇଛି। ଅନ୍ୟପକ୍ଷରେ ହିମାଚଳପ୍ରଦେଶରେ ସେନାବାହିନୀ ବଞ୍ଚି ଯାଇଥିବା ଲୋକଙ୍କୁ ଖୋଜୁଛି। ଡ୍ରୋନ ସାହାଯ୍ୟରେ ଏହି ଖୋଜା ଚାଲିଛି। ଏନଡିଆରଏଫ ବି ଅସହାୟ ହୋଇ ପଡ଼ିଛି। ଶବକୁ କୁକୁର ଖୋଜିବାକୁ ଛଡ଼ା ଯାଇଥିବା ବେଳେ ଏବେ ଜୀବିତାବସ୍ଥାରେ ଥିବା ଲୋକଙ୍କୁ ଡ୍ରୋନ ମାଧ୍ୟମରେ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here