(ବିପ୍ଲବୀ ପରିକ୍ରମା ବ୍ୟୁରୋ); କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଉଦଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର କରିଛନ୍ତି ଶୁଭାରମ୍ଭ ।କ। ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ନବୀନ । ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ କରିଛି ଲକ୍ଷ୍ମୀ । ଏହା ଗାଁକୁ ଗାଁ ଯୋଡିବା ସହ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ବସ୍ ଆସିବ ।ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ବିକାଶକୁ ଆହୁରି ଉଜ୍ବଳ କରିବ । ସୁଲଭ ଦର, ସହଜ ଯାତାୟାତ ଏବଂ ଅତ୍ୟାଧୁନିକ ବସ ସେବାକୁ ନେଇ ଉତ୍ସାହିତ ଅଛନ୍ତି ଗାଁ ଲୋକ ।