ବୃକ୍ଷକୁ ଉତ୍ତରାଧିକାରୀ ମନେକରି ବୃକ୍ଷରୋପଣ କରିବାକୁ ଆହ୍ୱାନ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗ୍ରାମ ସ୍ଥିତ ହଜରେ ବ୍ରହ୍ମପୁର ସବୁଜ ବାହିନୀ ଏବଂ ଇନ୍ନର ହ୍ବିଲ ପକ୍ଷରୁ “ଆଡପ୍ଟ ଏ ଟ୍ରି” କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିକଟରେ ହଜର ଚତୁଃପାର୍ଶ୍ବରେ ଫଳନ୍ତି ବୃକ୍ଷରୋପଣ ହୋଇଥିବା ବେଳେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ଭାବେ ଫଳନ୍ତି ଏବଂ ବିଭିନ୍ନ ଔଷଧୀୟ ଵୃକ୍ଷ ରୋପଣ କରାଯାଇଛି। ଇନ୍ନର ହ୍ବିଲ ସଂଗଠନର ନୂତନ ଭାବେ ସଦସ୍ୟ ଚୟନ ହୋଇଥିବା ଅବସରରେ ସଂଗଠନର ପକ୍ଷରୁ ୩୦ରୁ ଉର୍ଦ୍ଧ୍ବ ସଦସ୍ୟ ନିଜ ପାଇଁ ଏବଂ ନିଜ ଅତ୍ମୀୟଙ୍କ ଉର୍ଦ୍ଧେଶ୍ୟରେ ବୃକ୍ଷରୋପଣ କରି ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

ସମାଜର ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବେ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବାର ମୁଖ୍ୟ ତାତ୍ପର୍ଯ୍ୟ କହିବାକୁ ଯାଇ ବ୍ରହ୍ମପୁର ସବୁଜ ବାହିନୀର ସମ୍ପାଦକ ଏ ପ୍ରକାଶଙ୍କ ମତରେ ପ୍ରାଚୀନ ଭାରତୀୟ ଚିନ୍ତାଧାରା ଅନୁଯାୟୀ ଗୋଟିଏ ବ୍ୟକ୍ତି ପରିପୂର୍ଣ୍ଣ ଜୀବନ ଜୀଇଁବାକୁ ହେଲେ ଜଣେ ବ୍ୟକ୍ତି ତିନୋଟି ଉପାୟ ଅବଲମ୍ବନ ଅପଣାଇବାକୁ କୁହାଯାଉଥିଲା। ଯଥା:- ପୁତ୍ର ସନ୍ତାନ ଜନ୍ମ ଦେବା,ଭଲ ବହିଟିଏ ଲେଖିବା ଏବଂ ଅନ୍ୟୁନ ପାଞ୍ଚଟି ବୃକ୍ଷ ରୋପଣ କରିବା। ଯାହାଦ୍ୱାରା ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ଏହି ତିନୋଟି ଉପାୟ ସମାଜରେ ଉତ୍ତରାଧିକାରୀ ଭାବେ ନିରନ୍ତର ଭାବେ ସେବା ଯୋଗେଇପାରିବ। ଯାହା ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରି ବୃକ୍ଷରୋପଣ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ,ରବୀନ୍ଦ୍ର ସାହାଣୀ, ପ୍ରସନ୍ନ ସ୍ୱାଇଁ,ବାଲାଜୀ ବେହେରା,ବନମାଳୀ ପ୍ରଧାନ ଏବଂ ଇନ୍ନର ହ୍ବିଲର ସଭାପତି ସୁଧା ରାଣୀ,ସମ୍ପାଦିକା ଏସ ସିରିଶା ସମେତ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here