ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଏମକେସିଜି ଖେଳ ପଡିଆ ପ୍ରୀତିଦିନ ଶହ ଶହ ଲୋକେ ପ୍ରତ୍ୟହ ଭ୍ରମଣ ଓ ଖେଳକୁଦ କରିଥାନ୍ତି। ବର୍ତ୍ତମାନ ଏହି ଖେଳ ପଡିଆକୁ ସାଧାରଣ ଲୋକଙ୍କ ନିମନ୍ତେ କେବଳ ସକାଳ ୫. ୩୦ ରୁ ୭. ୩୦ ସମୟ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ରହିଅଛି। ଏହି ସମୟ ସୀମାକୁ ବୃଦ୍ଧି କରିବା ପାଇଁ ସାଧାରଣରେ ଦାବି ହେଉଛି l
ଏମକେସିଜି ଖେଳ ପଡିଆକୁ କିଛି ଅନୁଷ୍ଠାନ ପଡିଆ ମଧ୍ୟରେ ଥିବା ଶୌଚାଳୟ, ଅନ୍ୟାନ କୋଠରୀ ଓ ପଡିଆର କିଛି ଅଂଶକୁ ଅକ୍ତିଆର କରିଥିଲେ। ଆଜି ମାଜିଷ୍ଟର ହୃସିକେଶ ପଣ୍ଡା, ଏମକେସିଜି ସୁପରିଟେଣ୍ଡେଟ ସୁଚିତ୍ରା ଦାସ, ଏମକେସିଜି ରେଜିଷ୍ଟର ସଂଗ୍ରାମ କେଶରୀ ପଣ୍ଡା ଓ ପୋଲିସ ଉପସ୍ଥିତରେ ଅକ୍ତିଆର ହୋଇଥିବା ଶୌଚାଳୟ, ଅନ୍ୟାନ କୋଠରୀର ତାଲା ଭଙ୍ଗା ଯାଇଥିଲା ଓ ପଡିଆ ମଧ୍ୟରେ ଥିବା କିଛି କ୍ରୀଡା ଅନୁଷ୍ଠାନର କ୍ରିକେଟ ନେଟ ଗୁଡିକୁ ମଧ୍ୟ ଭଙ୍ଗା ଯାଇଛି।