ନୂଆପଡା ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ନୂତନ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବଳିଷ୍ଠ ନେତୃତ୍ୱରେ ଗଠନ ହେବାପରେ , ପ୍ରଥମ ପାଳିରେ ନୂଆପଡା ଜ଼ୀଲ୍ଲା କୁ ପ୍ରଥମ କରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦିନିକିଆ ଗସ୍ତକରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ନୂଆପଡା ଜ଼ୀଲ୍ଲା କୁ ପହଞ୍ଚିବା ପରେ ଜ଼ୀଲ୍ଲା ବିଜେପି ଓ ପ୍ରଶାସନ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା । ରାଜ୍ୟ ର ମୋହନ ସରକାର ଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଗଦେଇ ଏକାଧିକ ଯୋଜନାର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଥମେ ନୂଆପଡା ସଦର ମହୁକମା ଠାରେ ୩ଶହ ଆସନ ବିଶିଷ୍ଟ ମଲ୍ଟିପ୍ରୋପୋଜ ହଲ ର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଏକ ସ୍ମାର୍ଟ ପାର୍କ ର ମଧ୍ୟ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହା ସହିତ କଚ୍ଚା ପକ୍କା ରାସ୍ତା ଯୋଜନାରେ ନିର୍ମିତ ହୋଇଥିବା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଏହାପରେ ଜ଼ୀଲ୍ଲାପାଳ ଙ୍କ ସଦ୍ଭାବନା ଗୃହ ଠାରେ ଜ଼ୀଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ବିଭିନ୍ନ ଯୋଜନା ଉପରେ ସମୀକ୍ଷା ବୈଠକ କରିଛନ୍ତି । ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିତ କରିଛନ୍ତି ମନ୍ତ୍ରୀ । ସେହିଭଳି ଆଗାମୀ ଦିନରେ ନୂଆପଡା ଜ଼ୀଲ୍ଲା କୁ ଅତ୍ୟାଧୁନିକ ଜ଼ୀଲ୍ଲା ଭାବରେ ପରିଗଣିତ କରି ବିକଶିତ ନୂଆପଡା ହେବ ବୋଲି ପ୍ରକାଶ କରିଛନ୍ତି । ଲୋକଙ୍କ ମୌଳିକ ଅଧିକାର କୁ ଗୁରୁତ୍ୱ ଦେଇ ଆମ ସରକାର ରାସ୍ତା,ପାର୍କ, ଡ୍ରେନାଇଜ, ବିଷୁଦ୍ଦ ପାନୀୟଜଳ,ସହରୀ ଉନ୍ନତି କରଣ କରିବା ପାଇଁ ଆମ ମୋହନ ସରକାର ଗୁରୁତ୍ୱ ର ସହିତ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶାରେ ମୋହନ ମାଝୀ ସରକାର କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର, ଡବଲ ଇଞ୍ଜିନ ସରକାର ଗଠନ ହୋଇଛି ,ଡବଲ ସ୍ପୀଡି ରେମଧ୍ୟ କାମହେବ ଏଥିରେ କୌଣସି ସନ୍ଦଦେହ ନାହିଁ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ପରିପ୍ରେକ୍ଷିରେ ମନ୍ତ୍ରୀ ଙ୍କ ଗ୍ରସ୍ତ କାଳ କୁ ନେଇ ଭାଜପା ନେତା ମନ୍ତ୍ରୀ ମହଲରେ ବେଶ ଉତ୍ସାହ ଦେଖାଦେଇଛି । ଏହି ଅବସରରେ ଏକ ସାଧାରଣ ସଭାରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ଭାଜପା ଜ଼ୀଲ୍ଲା ସଭାପତି ସୁବ୍ରତ ଠାକୁର,ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି,ନୂଆପଡ଼ା, ଖରୀଆର ରୋଡ଼ ଏନଏସି ଚେରମେନ ମହମ୍ମଦ ଆଦମ ଏବଂ ସୋନିଆ ଜେନ ପ୍ରମୁଖ ଉପସ୍ଥିତ ରହିଥିଲେ ।