(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଗଞ୍ଜାମ ଜିଲ୍ଲା ସ୍ତରୀୟ କଳା ଓ ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକ୍ରମ ସ୍ଥାନୀୟ ମେଡିକାଲ କ୍ୟାମ୍ପସ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆତ୍ମା ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ ଯୋଗଦେଇ ବର୍ତ୍ତମାନର ଜୀବନୀ ଶୈଳୀ ପ୍ରଭାବରେ ହେଉଥିବା ବିଭିନ୍ନ ରୋଗର ଉପଶମ ନିମନ୍ତେ ମାଣ୍ଡିଆ ତଥା ସୁଆଁ କାଙ୍ଗୁ ଭଳି ଖାଦ୍ୟର ଗୁରୁତ୍ଵ କୁ ଦୃଷ୍ଟିରେ ରଖି ଆମେ ସମସ୍ତେ ଏଭଳି ଖାଦ୍ୟ ନିହାତି ଖାଇବା ଉଚିତ୍ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା ଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ । ଏହାସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୪୦ ଜଣ ଛାତ୍ରଛାତ୍ରୀ କଳା, କ୍ଲାସିକାଲ ଡେନ୍ସ, ଫଗ୍ ଡେନ୍ସ, ଭିଜୁଆଲ ଆର୍ଟସ, ଭୋକାଲ ମ୍ୟୁଜିକ୍, ସୋଲ ଡ୍ରାମା ଓ ମେଲୋଡି ଭଳି ଅଂଶଗ୍ରହଣ କରିଥିଲେ । ସେହିଭଳି ଓଡ଼ିଶା ମିଲେଟ ମିଶନ ରେ ୬୬ ଜଣ ବକୃତା, ଓ ପ୍ରବନ୍ଧ ରେ ଭାଗ ନେଇଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଦ୍ଵାରା ସମ୍ମାନିତ କରାଯାଇଥିଲା ।