ହଟିଲା ଫାଇଭ୍ ଟି ଚାର୍ଟର

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):-ବଦଳିଲା ସରକାର, ହଟିଲା ଫାଇଭ୍ ଟି ଚାର୍ଟର। ବାବୁ ମାନଙ୍କ ଗୁପ୍ତ ଚରିତ୍ର ପଞ୍ଜିକା ପାଇଁ ଏହାକୁ ପୂର୍ବ ସରକାର ଲାଗୁକରିଥିଲେ । ଯାହାର ଏବେ କୌଣସି ଆବଶ୍ୟକତା ନାହିଁ କହି ହଟାଇଛନ୍ତି ମୋହନ ସରକାର।୨୦୧୯ରେ ଚିଠି ତତକାଳୀନ ବିଜେଡି ସରକାର ଏକ ନିର୍ଦ୍ଦେଶନାମା ଜାରି କରି କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଂଜିକାରେ ଫାଇଭ-ଟି ଚାର୍ଟର ବାଧ୍ୟତାମୂଳକ ବୋଲି କହିଥିଲେ । ରାଜ୍ୟର ସମସ୍ତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହୋଇଥିଲା । ସେମାନଙ୍କ ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟରେ ଏହି ଦିଗ ପ୍ରତିଫଳିତ କରିବାକୁ ନିଷ୍ପତ୍ତି ହୋଇଥିଲା ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସରକାରୀ କର୍ମଚାରୀଙ୍କ ଉପରୁ ୫ଟି ଟାର୍ଟର ହଟାଇଦିଆଯାଇଛି । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଛି ୫ଟି ଚାର୍ଟର । ଏହା ସହ ହଟିଛି ମୋ ସରକାର । ବିଜ୍ଞପ୍ତିରେ କୁହାଯାଇଛି, ରାଜ୍ୟ ସରକାର ହୃଦୟଙ୍ଗମ କରିଛନ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ‘୫ଟି ଚାର୍ଟର’ ଓ ‘ମୋ ସରକାର’ ମୂଲ୍ୟାଙ୍କନର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ପୂର୍ବ ପ୍ରଚଳିତ ଫର୍ମାଟ ଅନୁସାରେ, କର୍ମଚାରୀଙ୍କ ପରଫରମାନ୍ସ ରିପୋର୍ଟ ଶହେ ମାର୍କ ଆଧାରରେ ଆକଳନ ହେବ । ଫାଇବ-ଟି ଚର୍ଟରର ୨୦ ମାର୍କ ରହିବ ନାହିଁ । ନୂଆ ସରକାରଙ୍କ ନୂଆ ନିଷ୍ପତ୍ତିକୁ ସ୍ବାଗତ କରିଛି କର୍ମଚାରୀ ସଂଘ।

LEAVE A REPLY

Please enter your comment!
Please enter your name here