କାହା ସ୍ବାର୍ଥ ରେ ଖଡ଼ିଆଳ ହସ୍ପିଟାଲ୍ ରାସ୍ତା

0

ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ):- ରାଜ୍ୟ ର ବିଜେପି ସରକାର ସମସ୍ତ ଜିଲ୍ଲପାଳଙ୍କୁ କଡା ନିର୍ଦ୍ଦେଶ ଦେଇ ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ଜବରଦଖଲ ଉଚ୍ଛେଦ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହେଁ ନୂଆପଡ଼ା ଜିଲ୍ଲା ରେ ଏହା କାର୍ଯ୍ୟକାରୀ ହେଉନାହିଁ । ଯାଫଳ ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅଧା ରାସ୍ତା ରେ ଅଟକି ରହିଛି । ଏଭଳି ଏକ ସଦ୍ୟ ଉଦାହରଣ ଖଡ଼ିଆଳ ରେ ଦେଖିବାକୁ ମିଳିଛି । ବହୁ ପ୍ରତିକ୍ଷୀତ ରାସ୍ତା ଉପରେ ବଡ଼ବଡ଼ିଆ ଙ୍କ କବ୍ଜା ଯୋଗୁଁ ଖଡ଼ିଆଳ ଭୂଳିଆସିକୁଆଁ ରାସ୍ତା ଅଧପନ୍ତରିଆ ହୋଇ ନାହିଁନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଆସନ୍ତୁ ଦେଖିବା ଏହି ରିପୋର୍ଟ ଜବରଦଖଲ ଯୋଗୁଁ ଅଧା ରେ ରାସ୍ତା, ବୁଲ ଡୋଜର ଅପେକ୍ଷାରେ ପୂର୍ତ୍ତବିଭାଗ ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେ ବଡ଼ବଡ଼ିଆ ଙ୍କ ଜବରଦଖଲ ଯୋଗୁଁ ସହର ବାସୀ ଉବୁଟୁବୁ । ସେ ଜବରଦଖଲ 353 ଜାତୀୟ ରାଜପଥ ହେଉ କି ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତା ହେଉ । ବର୍ତ୍ତମାନ ଖଡ଼ିଆଳ ଭୂଲିଆସିକୁଆଁ ମୁଖ୍ୟ ରାସ୍ତା ରେ ଜବରଦଖଲ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ । ସରକାର ଙ୍କ କଡା ନିର୍ଦ୍ଦେଶ ସତ୍ବେ ରାଜସ୍ୱ ବିଭାଗ ର ଅବହେଳା ଓ ଖଡ଼ିଆଳ ଏନଏସି ର ଆନ୍ତରିକତା ର ଅଭାବ ଯୋଗୁଁ ଜବର ଦଖଲ ଉଚ୍ଛେଦ ର ନାଁ ଧରୁନାହିଁ । ଜାଫଳରେ ରାସ୍ତାକାମ ଅଧାରେ ରହିଥିବା ବେଳେ ମରଣଯନ୍ତା ରାସ୍ତା ରେ ଲୋକ ଯାତାୟାତ କରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖଡ଼ିଆଳ ପୂର୍ତ୍ତ ବିଭାଗର ଅନୁରୋଧ କ୍ରମେ ରାଜସ୍ୱ ବିଭାଗ ଯାଞ୍ଚ କରି ଆଠ ଜଣ ଜବରଦଖଲକାରୀ ଙ୍କ ନାମ ସ୍ପଷ୍ଟ କରିଥିଲେ ହେଁ ଉଚ୍ଛେଦ କରିବା ରେ ଫେଳ ମାରିଛି । ଏଥିରେ ଉଭୟ ଏନଏସି ଓ ରାଜସ୍ୱ ବିଭାଗ ର ଖଡ଼ିଆଳ ପ୍ରତି ଆନ୍ତରିକତା କେତେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାସ୍ତା ବିପର୍ଯ୍ୟସ୍ତ ଯୋଗୁଁ ଯାତାୟାତ ଦୁର୍ବିସହ ହେଉଥିବା ଛାତ୍ରଛାତ୍ରୀ ଙ୍କ ସହ ସ୍ଥାନୀୟ ଲୋକେ କହିଛନ୍ତି l

ଡାକ୍ତରଖାନା,ଉପକାରାଗାର, ଅଗ୍ନିଶମ କାର୍ଯ୍ୟାଳୟ, କୋର୍ଟ , ବିଭିନ୍ନ ସରକାରୀ ବେସରକାରୀ ବିଦ୍ୟାଳୟ ସହ ଜିଲ୍ଲା ଓ ପଡୋଶୀ ଜିଲ୍ଲା ବଲାଙ୍ଗୀର ର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ଏହାକୁ ଦୃଷ୍ଟି ରେ ରଖି ଦୀର୍ଘ ଦଶ କିଲୋମିଟର ରାସ୍ତା ପାଇଁ ପୂର୍ତ୍ତ ବିଭାଗ ତରଫ ରୁ ହାରାହାରି ସାଢେ଼ ଚାରି କୋଟି ଟଙ୍କା ବ୍ୟୟବରାଦ ହୋଇ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହେଲା । ରାସ୍ତାକାମ ପ୍ରାୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ସହର କୁ ଲାଗି ମାତ୍ର ଚାରିଶହ ମିଟର ରେ ମାଡ଼ି ବସିଛନ୍ତି ଆଠ ଜଣ ବଡ଼ବଡ଼ିଆ । ରାଜସ୍ୱ ବିଭାଗ ର ତଥ୍ୟ ଅନୁଯାୟୀ ଖାତା ନଂ ଆଠ ର ଆଠ ଗୋଟି ପ୍ଲଟ କୁ କାବୁ କରି ଘର କରିଛନ୍ତି ବଡ଼ବଡ଼ିଆ । ରାସ୍ତା ଜମି କୁ କବଜା କରିଥିବା ହେତୁ ଦେଢ଼ଶହ ମିଟର ରାସ୍ତା ପାଇଁ ଏବେ ଏତେ ବିପର୍ଯ୍ୟସ୍ତ ହୋଇଛି ସାଧାରଣ ଲୋକ ଙ୍କ ଯାତାୟାତ ଦୁର୍ବିସହ ହୋଇ ପଡିଛି ।

ବାରମ୍ଵାର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କଶେଖର ଶୁକ୍ଳା ରାଜସ୍ୱ ବିଭାଗ ସହ ଏନଏସି କୁ ଜଣାଇଥିଲେ ହେଁ କିଏ ଶୁଣିନଥିବା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ, ଜବର ଦଖଲ ଉଚ୍ଛେଦ ହେଲେ ଅତି କମ୍ ଦିନ ମଧ୍ୟରେ ରାସ୍ତା ସମସ୍ୟା ଦୂର ହୋଇଯିବ ବୋଲି ଯାନ୍ତ୍ରିକକହୁଥିବା ବେଳେ ଜିଲ୍ଲା ବ୍ୟାପି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ଓ ଆମେ ଏ ଉପରେ ଆଲୋଚନା କରିଛୁ ଅତି କମ୍ ଦିନ ମଧ୍ୟରେ ଖଡ଼ିଆଳ ହସ୍ପିଟାଲ୍ ରାସ୍ତା ର ଜବରଦଖଲ ଉଚ୍ଛେଦ ହୋଇ ରାସ୍ତା ସମ୍ପୂର୍ଣ୍ଣ ହେବ ବୋଲି ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ କହିଛନ୍ତି ।

ଖଡ଼ିଆଳ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଟଙ୍କା ଥାଇ ରାସ୍ତା ସମ୍ପୂର୍ଣ୍ଣ ନହେବା ଦୁଃଖ ର ବିଷୟ । ଏହି ଖବର ପ୍ରସାରଣ ପରେ ଜବରଦଖଲ ଉଚ୍ଛେଦ କରିବା ରେ ରାଜସ୍ୱ ବିଭାଗ ଓ ଖଡ଼ିଆଳ ଏନଏସି ର ତତ୍ପରତା କେବେ ଦେଖିବା କୁ ମିଳୁଛି ଓ ଜବର ଦଖଲ ଉଚ୍ଛେଦ ହେଉଛି ନାଁ ବଡ଼ବଡିଆ ଙ୍କ ଚାପ ର ବଶବର୍ତ୍ତୀ ହୋଇ ପ୍ରଶାସନ ନିରବଦ୍ରଷ୍ଟା ସାଜୁଛି ସେ ଉପରେ ସମସ୍ତ ଙ୍କ ନଜର ।

LEAVE A REPLY

Please enter your comment!
Please enter your name here