ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ଗୁରୁବାର ପ୍ରାୟ ସାନ୍ଧ୍ୟ ୬ ଘଟିକା ସମୟରେ ଏକ ଓଭରଲୋଡିଂ ବୋଇତାଳୁ ବାଝେଇ ପିକଅପ ଭ୍ୟାନ ଏକ ଖାଲ ରେ ପଡ଼ିଯିବ ଫଳରେ ଏକ ବଡ ଦୃଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପିକଅପ ଚାଳକ | ତେବେ ସୂଚନା ରୁ ଯାହା ଜଣା ପଡିଛି କି ଏକ ପିକଅପ ଭ୍ୟାନ ଯାହାର ନମ୍ବର (ଓଡି ୦୪ଏସ ୪୬୨୪ )କରଞ୍ଜିଆ ରୁ ଓଭର ଲୋଡିଂ କରି ଯାଜପୁର ଜିଲ୍ଲା କୁଆଖିଆ ବାରବାଟୀ ଅଭିମୁଖେ ଯାଉଥିବା ସମୟରେ କରଞ୍ଜିଆ PWD ଛକ ନିକଟରେ କିଛି ଦିନ ପୂର୍ବରୁ PHD ପକ୍ଷରୁ ପାଣି ସଂଯୋଗ କରିବା ପାଇଁ ସେଠାରେ ଏକ ଖାଲ କରିଥିଲେ ହେଲେ ସେଠାରେ ପାଇପ ଲାଇନ ଯାଇ ନଥିବାରୁ ସେଇ ଖଳକୁ PHD କର୍ମଚାରୀ ମାନେ ଅଳ୍ପ ମାଟି ଦେଇ ବନ୍ଦ କରି ତାହାର ନିକଟରେ ଅନ୍ୟ ଏକ ଖାଲ କରି ପାଣି ସଂଯୋଗ କାରିଥିଲେ |ତେବେ ସେଇ ଖାଲକୁ ଚାଳକ ଜାଣି ନପାରି ପିକଅପ ଭ୍ୟାନ କୁ ଆଗକୁ ପଢେଇବା ମାତ୍ରେ ଓ଼ଭରଲୋଡିଂ ପିକଅପ ଭ୍ୟାନ ସେଇ ଖାଲରେ ପଡିଯିବା ହେତୁ ପିକଅପ ଟିର ଡାହାଣ ପାଖ ଦୁଇଟି ଚକ ଟେକି ହୋଇଯାଇଥିଲା |ଏବଂ ଚାଳକ ଜଣଙ୍କ ଗାଡି ଭିତରେ ରହିଯାଇଥିଲେ | ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଁଞ୍ଚି ଏକ ଜେସିବି ସାହାଯ୍ୟ ରେ ଗାଡିଟିକୁ ସେଠାରୁ ଉଦ୍ଧାର କାରିଥିଲେ |
ତେବେ ଏପରି ଘଟଣା ଏଠାରେ କିଛି ନୂଆ ନୁହେଁ ଏପରି ଘଟଣା ଘଟିବା ଏହା ନିତିଦିନିଆ | କାରଣ ଏହି ଛକ ନିକଟରେ ଏକ ରୋଡ଼ ସିମେଣ୍ଟ ଦୋକାନ ରହିଛି | ଏହି ଦୋକାନ କୁ ରୋଡ଼ ଏବଂ ସିମେଣ୍ଟ ବାଝେଇ ଭାରି ଯାନ ଗୁଡିକ ଆସୁଥିବାରୁ ଏହି ଦୋକାନର କୌଣସି ପାର୍କିଂ ସୁଭିଧା ନଥିବାରୁ ଭାରି ଯାନ ଗୁଡିକ ରାସ୍ତା କଡରେ ଛିଡା କରିଦେବା ହେତୁ ରାସ୍ତା କଡର ମାଟି ଗୁଡିକ ଦବୀ ଖାଲ ହୋଇ ପାଣି ଜମିଯାଉଛି |ଯାହା ଦ୍ୱାରା ସେଇ ଖାଲରେ ବାରମ୍ବାର ଛଟମଟ ଗାଡି ଗୁଡିକ ଖାଲରେ ପଡି ଦୃଘଟଣା ଘଟୁଛି | ତାସହିତ ଏହି ଛକ ରାସ୍ତା କଡରେ ଗାଡି ଗୁଡିକ ଛିଡା କରିବା ହେତୁ | ରାସ୍ତା ର ଉଭୟ ପାର୍ଶ୍ୱରୁ ଆସୁଥିବା ଯାନ ବାହାବନ ଗୁଡିକ ଆସୁଥିବା ଜଣା ପଡ଼ିନଥାଏ ଫଳରେ ପ୍ରତ୍ୟେକ ଦିନ କିଛିନା କିଛି ଛୋଟମଟ ଦୃଘଟଣା ହୋଇଥାଏ |
ଏବାବଦରେ ବାରମ୍ବାର ଉକ୍ତ ବ୍ୟବସାୟୀଙ୍କୁ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିନଥାଏ | ତେବେ ଏହା ପ୍ରତି କରଞ୍ଜିଆ ମୁନିସିପାଲିଟି କାର୍ଯ୍ୟାଳୟ ଅଧିକାରୀ ଏବଂ ପୂର୍ତ୍ତ ବିଭାଗ କାର୍ଯାଳୟ ଅଧିକାରୀ ଦୃଷ୍ଟି ଦେବା ସହିତ ଉକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଯେମିତି ଆଗକୁ ଭାରି ଯାନବାହାନ ଗୁଡିକ ରାସ୍ତା କଡରେ ଛିଡା ନକରି କୌଣସି ପାର୍କିଂ ଜାଗାରେ ଛିଡା କରିବ ବୋଲି ସ୍ଥାନୀୟ ଲୋକେ ଦାବୀ କରିଛନ୍ତି |ତେବେ ଆଗକୁ ମୁନିସିପାଲିଟି କାର୍ଯାଳୟ ଅଧିକାରୀ ଏବଂ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଅଧିକାରୀ କଣ ପଦକ୍ଷେପ ନଉଛନ୍ତି ନା ଏକ ବଡ ଦୃଘଟଣାର ଅପେକ୍ଷା କରିଛନ୍ତି ତାହା ଦେଖିବାକୁ ବାକିରହିଲା l