ଫସିବେ ପାଣ୍ଡିଆନ : ପରିବହନ ମନ୍ତ୍ରୀ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):; ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଥ୍ୟ ଘାଣ୍ଟୁଛନ୍ତି ମୋହନ ସରକାର । ହେଲିକପ୍ଟର ବାବଦରେ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଟଙ୍କା କାହିଁକି ଓ କେଉଁ ଉଦେ୍ଦଶ୍ୟରେ ଦିଆଯାଇଥିଲା ତାର ଚାଲିଛି ତଦନ୍ତ । ଖାଲି ତଦନ୍ତ ଚାଲିନି ବରଂ ସରକାରଙ୍କୁ ଏ ନେଇ କିଛି ତଥ୍ୟ ମଧ୍ୟ ମିଳିଛି । କେବଳ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନକୁ ହେଲିକପ୍ଟରରେ ବୁଲିବା ଘଟଣା ବାବଦରେ ଲୋକେ ବି ପ୍ରଶ୍ନ କରୁଛନ୍ତି ।ଏମିତିକି ଚାର୍ଟାଡା ଫ୍ଲାଇଟ ବୁଲାରେ ମଧ୍ୟ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଯାହାକୁ ନେଇ ବିଜେପି ପୂର୍ବରୁ ପ୍ରଶ୍ନ ବି ଉଠାଇଥିଲା ।

ହେଲିକ୍ପଟର ଓ ଚାଟାର୍ଡା ଫ୍ଲାଇଟର ବ୍ୟବହାର କିଏ ଓ କେଉଁ କାର୍ଯ୍ୟ ପାଇଁ କରିଥିଲେ ତାର ତଥ୍ୟ ଲୁଚାଇଥିଲେ ବିଜେଡି ସରକାର । ତେଣୁ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ କେବେ ଗ୍ରହଣୀୟ ନୁହେଁ । ସରକାର ଏନେଇ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବା କଥା କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ପୂର୍ବରୁ ମଧ୍ୟ ପାଣ୍ଡିଆନଙ୍କ ଜିଲ୍ଲା ବୁଲା ବାବଦ ଖର୍ଚ୍ଚର ହିସାବ ମାଗିଥିଲେ ସୂଚନା ଅଧିକାର କର୍ମୀ , କିନ୍ତୁ ସେ ସମୟରେ ବିଜେଡି ସରକାର ରହିଥିବାରୁ ହେଲିକପ୍ଟର ଓ ଚାଟାର୍ଡା ଫ୍ଲାଇଟ ବାବଦ ଖର୍ଚ୍ଚର ସଠିକ ହିସାବ ଦେଉନଥିଲା ପରିବହନ ବିଭାଗ ।

ଏମିତିକି ମିଥ୍ୟା ଅଭିଯୋଗରେ ସୂଚନା ଅଧିକାର କର୍ମୀଙ୍କ ଜେଲ ବି ଯିବାକୁ ପଡିଥିଲା । ଯାହାକୁ ନେଇ କିଛି ଦିନ ପୂର୍ବେ ମୋହନ ସରକାରଙ୍କୁ ତଥ୍ୟ ଦେବା ପାଇଁ ଚିଠି କରିବା ସହିତ ସତ୍ୟା ସତ୍ୟ ସାମ୍ନାକୁ ଆଣିବାକୁ ଦାବୀ ଜଣାଇଥିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଏବେ ମନ୍ତ୍ରୀ କହିଛନ୍ତି ମୋହନ ସରକାର ଏ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି । ସବୁ ଖର୍ଚ୍ଚର ତଦନ୍ତ ସରିବା କ୍ଷଣି ନିଆଯିବ କାର୍ଯ୍ୟାନୁଷ୍ଠାନ । ମନ୍ତ୍ରୀ କହିଲେ ସାଧାରଣ ଲୋକେ ବି ଚାହୁଁଛନ୍ତି କାର୍ଯୟାନୁଷ୍ଠାନ ତେଣୁ ଜିଏ ଦୋଷ କରିଛି ସେ ଦଣ୍ଡ ପାଇବ । ଦେଖାଯାଉ କେବେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚର ପର୍ଦାଫାସ କରିବା ସହିତ ଦୋଷୀକୁ ଦଣ୍ଡ ଦେଉଛନ୍ତି ମୋହନ ସରକାର ।

LEAVE A REPLY

Please enter your comment!
Please enter your name here