ସର୍ବକନିଷ୍ଠ ଖେଳାଳି ଭାବେ ବ୍ରୋଞ୍ଜ ଜିତିଲେ ଅମନ ସେରାଓ୍ବାତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅଲିମ୍ପିକ୍ସରେ ଭାରତକୁ ମିଳିଲା ଷଷ୍ଠ ପଦକ । କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ କୁସ୍ତି ଯୋଦ୍ଧା ଅମନ ସେରାଓ୍ବାତ । ପ୍ରଥମ ଥର ଅଲିମ୍ପିକ୍ସରେ ଡେବ୍ୟୁ କରି ଦେଶକୁ ପଦକ ଭେଟି ଦେଇଛନ୍ତି ସେ । ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସର୍ବକନିଷ୍ଠ ଆଥଲେଟ ହେଉଛନ୍ତି ଅମନ । ପୁରୁଷ ଫ୍ରିଷ୍ଟାଇଲ ୫୭ କେଜି ବର୍ଗରେ ସେ ପୁଏରଟୋରିକୋର ଡାରିଆନ କ୍ରୁଜଙ୍କୁ ୧୩-୫ରେ ପରାସ୍ତ କରି ମେଡାଲ ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here