(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା ତରଫରୁ ସ୍ଥାନୀୟ ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ଜାତୀୟ ଏକତା ଦିବସ ପାଳିତ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତୀୟ ଏକତା ସଚେତନତା ପଦଯାତ୍ରା, ଏକତା ପାଇଁ ଦୈଡ ପ୍ରତିଯୋଗିତା, ଆଲୋଚନାଚକ୍ର, ଫଟୋ ଚିତ୍ର ପ୍ରଦର୍ଶନୀ, ପୁରସ୍କାର ପ୍ରଦାନ ଏବଂ ସଚେତନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ମହାବିଦ୍ୟାଳୟ ପରିସର ଏବଂ ସାମନ୍ତିଆପଲୀ ଗ୍ରାମ ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ରେ ପାତ୍ରପୁର ବ୍ଳକ ର ଅଧ୍ୟକ୍ଷା ଶ୍ରୀମତୀ ଓ୍ଵାଇ ସଂଯୁକ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀ ଏନ୍ ତିରୁପତି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ ଏବଂ ଇତିହାସ ବିଭାଗରେ ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସାହୁ ବିଷୟ ବିଶେଷଜ୍ଞ ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ର ପ୍ରତିଭାଗି ମାନଙ୍କୁ ଜାତୀୟ ଏକତା, ଅଖଣ୍ଡତା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ସ୍ବାଧୀନ ହେବା ପରେ ଏକତ୍ରିକରଣ କରିବାରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାରତ ସରକାରଙ୍କ ଦ୍ୱାରା ଡାକରା ଦିଆଯାଇଥିବା ମେରୀ ମାଟି ମେରା ଦେଶ ଶୀର୍ଷକ ଦେଶାତ୍ମବୋଧକ ଆହ୍ବାନ ଉପରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ । ଜାତୀୟ ଏକତା ଦିବସ ପାଳନ କାର୍ଯ୍ୟକ୍ରମକୁ ଭାରତ ସରକାର କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ସଂଚାଳନା କରିବା ସହ ଜାତୀୟ ଏକତା ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକତା ପାଇଁ ଦୈଡ ପ୍ରତିଯୋଗିତା କୁ ମହାବିଦ୍ୟାଳୟ ର କ୍ରୀଡା ଅଧ୍ୟାପକ ଶ୍ରୀ ସୁଧାକର ବିଷୋୟୀ ପରିଚାଳନା କରିଥିଲେ। ଦୈଡ ପ୍ରତିଯୋଗିତା ରେ ବିଜୟୀ ହେଇଥିବା ଉଭୟ ବାଳକ ଓ ବାଳିକା ବର୍ଗ ର ତିନି ଜଣ ଲେଖାଏଁ ଦୈାଡାଳୀଙ୍କୁ ସଭା ମଂଚରେ କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ଦ୍ଵାରା ପ୍ରମାଣ ପତ୍ର ଏବଂ କପ୍ ପୁରସ୍କାର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ ।ପରେ ସଭା ମଂଚରୁ ସମସ୍ତ ପ୍ରତିଭାଗିଙ୍କ ଦ୍ଵାରା ଜାତୀୟ ଏକତା ଓ ଦୁର୍ନୀତି ନିବାରଣ ସପଥପାଠ କରାଯାଇଥିଲା । ଶେଷରେ ଭାରତ ସରକାରଙ୍କ ଗୀତ ଓ ନାଟକ ବିଭାଗର ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦରେ ପଞ୍ଜିକୃତ କଳାକାର ମାନଙ୍କ ଦ୍ବାରା ଜାତୀୟ ଏକତା ଉପରେ ଏକ ନାଟକ ପରିବେଷଣ କରି ଚେତନାତା ର ବାର୍ତ୍ତା ଦେଇଥିଲେ ।
ଶେଷରେ କ୍ରୀଡା ଅଧ୍ୟାପକ ସୁଧାକର ବିଷୋୟୀ ଧନ୍ୟବାଦ୍ ପ୍ରଦାନ କରିଥିଲେ ।