ଶିମିଳିପାଳ ( ବିପ୍ଲବୀ ପରିକ୍ରମା ):- ଏବେ ଶିମିଳିପାଳକୁ ଜଗିବ ଏଆଇ ଟାୱାର । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ବ୍ଯବହାର ହେବ କୃତ୍ରିମ ବୁଦ୍ଧିମତା (ଏଆଇ) ଟାୱାର।ବନବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅଭୟାରଣ୍ୟର ପ୍ରତି ୧୦ କିଲୋମିଟର ବ୍ୟବଧାନରେ ଏଆଇ ଟାୱର ସ୍ଥାପନ ହେବ। ପ୍ରାଥମିକ ପର୍ଯ୍ୟାୟରେ ୨/୩ଟି ସ୍ଥାନରେ ଏହି ପରୀକ୍ଷାମୂଳକ ଭାବେ ଏଆଇ ଟାୱାର ସ୍ଥାପନ କରାଯିବ।
ଶିକାରୀ ଓ କାଠ ମାଫିଆଙ୍କ ପାଇଁ ଅଭୟାରଣ୍ୟର ସୁରକ୍ଷା ବିପନ୍ନ ହେଉଛି। ଏଆଇ ଟାୱାରରେ ୩୬୦ ଡିଗ୍ରି କୋଣରେ ବୁଲି ପାରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ରିଅଲ୍ ଟାଇମ୍ ଥର୍ମାଲ କ୍ୟାମେରା ଲଗାଯିବ।
ଏହି କ୍ୟାମେରା ଦ୍ଵାରା ବନ୍ୟଜନ୍ତୁଙ୍କ ଗତିବିଧି ସହ ଶିକାରୀ ଉପରେ ନଜର ରଖାଯାଇପାରିବ । ଖରାଦିନେ ବନାଗ୍ନି ଚିହ୍ନଟରେ ମଧ୍ଯ ଏହା ସହାୟକ ହେବ ବୋଲି କୁହାଯାଉଛି। ତେବେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥିପାଇଁ ପ୍ରାୟ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ବୋଲି ଶିମିଳିପାଳ ଦକ୍ଷିଣ ଉପନିର୍ଦ୍ଦେଶକ ଡ଼ଃ. ସମ୍ରାଟ ଗୌଡ଼ା କହିଛନ୍ତି ।